Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Ranjita Das

Inspirational

4.9  

Ranjita Das

Inspirational

ଆମ ଛବିଳ ମଧୁ ବର୍ଣ୍ଣବୋଧ

ଆମ ଛବିଳ ମଧୁ ବର୍ଣ୍ଣବୋଧ

1 min
593


ଆମେ ଆମ ପିଲାବେଳେ ଓଡ଼ିଆ ଅକ୍ଷର ଶିଖିବା ପାଇଁ 'ଛବିଳ ମଧୁ ବର୍ଣ୍ଣବୋଧ ବହି ପଢ଼ୁଥିଲୁ । ଏପରିକି ପ୍ରତ୍ୟେକ ଓଡ଼ିଆ ଆଜି ଯେଉଁ ସ୍ଥାନରେ ଥାଆନ୍ତୁ କି ଯେଉଁ ପଦ ପଦଵୀରେ ଥାଆନ୍ତୁ ସମସ୍ତେ ଏଇ ବହି ତାଙ୍କ ପିଲାବେଳେ ନିଶ୍ଚିତ ଭାବରେ ପଢ଼ିଥିବେ । ଗୋଟିଏ ଅଭୁଲା ଅତୁଟ ସମ୍ପର୍କ ଯୋଡି ହୋଇଯାଇଛି ଏଇ ବହି ସହିତ ।ବୋଧହୁଏ ଆଜି କାଲିର ଛୁଆ ମାନେ ଏଇ ବହି ବିଷୟରେ ବିଶେଷ କିଛି ଜାଣି ନଥିବେ । କାରଣ ବାପା ମା' ତ କେବଳ ଇଂରାଜୀ ଭାଷା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଲେ, ଛୁଆ ଗୁଡା ଅବା କ'ଣ କରିବେ?ଆଧୁନିକତାର ଛାପ ଏବଂ ତାର ଜାଲରେ ଆମେ ଏମିତି ଛନ୍ଦି ହୋଇଗଲୁ ଯେ, ନିଜ ଭାଷା, ଜାତି ଆଉ ମାଟିକୁ ଭୁଲିବାକୁ ଲାଗିଛୁ । କିନ୍ତୁ ଗୋଟିଏ କଥା, ଅନ୍ୟ ଭାଷା ଶିଖିବା ଆଗରୁ ପ୍ରଥମେ ନିଜ ଭାଷାରେ ପାରଦର୍ଶିତା ଲାଭ କରିବା ନିତାନ୍ତ ଆବଶ୍ୟକ । ନହଲେ ଗୋଟିଏ ଓଡ଼ିଆ ପ୍ରାଣ କେବେ ଏପରି କହିବାକୁ ସାହସ କରନ୍ତାନି - 'Sorry I can't speak Odia' or ' I am weak in Odia'..... । ଏପରି ବହୁତ ଥର ଶୁଣିବାକୁ ମିଳେ ।

ଜଣେ ଓଡ଼ିଆ ଯଦି କହିବ 'ମୁଁ ଓଡ଼ିଆରେ ଦୁର୍ବଳ' ତାହାଲେ କିଏ ଆମ ଭାଷା ଆଉ ଜାତିକୁ ଜୀବିତ ରଖିବାକୁ ଚେଷ୍ଟା କରିବ ?


Rate this content
Log in