Madhabi Patel

Inspirational

3  

Madhabi Patel

Inspirational

ଆଲିଙ୍ଗନ ଦିବସ

ଆଲିଙ୍ଗନ ଦିବସ

3 mins
153


ରାହୁଲ ସକାଳୁ ସକାଳୁ ମାମଙ୍କ ପସନ୍ଦର ହଳଦିଆ ଗୋଲାପରେ ଫୁଲତୋଡାଟିଏ ତିଆରି କରି ତା ଘର ସମ୍ମୁଖ ଦରଜାରେ ଖଡ ଖଡ କଲା । ପୂର୍ଣମୀ ରୋଷେଇଘରେ ଜଳଖିଆ ତିଆରିରେ ବ୍ୟସ୍ତ ଥିଲା । ଇଡ୍ଲି ସାମ୍ବର୍ ତିଆରି କରୁଥିଲାସେ । ଦରଜାରେ ଖଡଖଡ ଶବ୍ଦଶୁଣି ଯେତେବେଳେ କବାଟ ଖୋଲି ଦେଖିଲା ସାମନାରେ ରାହୁଲ ଫୁଲତୋଡା ଧରି ଠିଆ ହୋଇଥିଲା । ରାହୁଲର ସହାସ୍ୟ ବଦନ କିଛି ଖୁସୀଖବରର ସଂକେତ ଦେଉଥିଲା । ସେ ଉତ୍ସାହିତ ହୋଇ ଅନାଇଁ ରହିଲା ତାଆାଡେ । ରାହୁଲ ଫୁଲତୋଡାଟି ତା ହାତରେ ଧରାଇ

ସାଷ୍ଟାଙ୍ଗ ପଡିଗଲା ତା ଗୋଡତଲେ । ସେ ତାକୁ ତଳୁ ଉଠାଇ ସର୍ବମଙ୍ଗଳ ହେଉ ବୋଲି ଆଶିର୍ବାଦ କଲା । 

ରାହୁଲ କହିଲା ମାମ୍ ଆପଣଙ୍କ ଆଶିର୍ବାଦରୁ ଆଜି ମୁଁ ପୋଲିସ୍ ଇନ୍ସପେକ୍ଟର ଚାକିରି ପାଇଁ ଯୋଗ୍ୟ ବିବେଚିତ ହୋଇଛି । ସେଥିପାଇଁ ଏ ଖବର ପ୍ରଥମେ ଆପଣଙ୍କୁ ଜଣାଇଁବାକୁ ଆସିଛି ପରେ ମୋ ବାପା ମାଆଙ୍କୁ ଜଣାଇବି । ପୂର୍ଣ୍ଣମୀ ରାହୁଲକୁ ନିଜ ଆଡକୁ ଟାଣି କୁଣ୍ଡେଇ ପକେଇଲା । ଆଜି ଆଲିଙ୍ଗନ ଦିବସରେ ଏହା ତାପାଇଁ ବଡ ଭେଟି ଥିଲା । ତା ଘର ଅଗଣାରେ ବୁଲିବୁଲି ପ୍ରଜାପତି ଧରୁଥିବା ଛୋଟପିଲା ରାହୁଲ ଆଜି ଛଅଫୁଟିଆ ସୁନ୍ଦର ଯୁବକ ଟିଏ ହୋଇଯାଇଛି । 

ଶ୍ୟାମଳ ରଙ୍ଗର ଏକ ଗବ୍ରୁ ଯବାନ । ଏବେ ଦେହରେ ତାର ଶତ ସିଂହର ବଳ । ଏବେ ଗୋଟିଏ ଗୋଟିଏ ଚାଉଳବସ୍ତା ଓ ସିମେଣ୍ଟବସ୍ତାକୁ ଫୁଲ ପରି ସେ ଉଠାଇ ଟ୍ରକ ଡାଲାରେ ଥୋଇଦିଏ । 

ସ୍କୁଲର ଦୌଡ ହେଉକି ଜବଲିନ୍ ଥ୍ରୋ ଡିସ୍କସ୍ ଥ୍ରୋ ସବୁଥିରେ ପ୍ରଥ ମହୁଏ । ତାର ଏ ଗୁଣ ଓ ପ୍ରତିଭା ଦେଖି ହିଁ ପୂର୍ଣ୍ଣମୀ ତାର ଦାୟିତ୍ୱ ନିଜ ମୁଣ୍ଡକୁ ନେଇଥିଲା । ସ୍କୁଲରେ ହିଁ ତା ସହ ଭେଟ ହୋଇଥିଲା । 

ତୃତୀୟ ଶ୍ରେଣୀରେ ସେ ବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା କିନ୍ତୁ ତାର ବାପା ତାକୁ ପଢାଇବାକୁ ଚାହୁଁନଥିଲା । ଦିନମଜୁରି କରି ଚଳୁଥିଲେ ସେମାନେ । 

ଯାହା ମଜୁରୀ ଆସେ ଅଧା ମଦ ପିଇଦିଏ ବିର୍ଜୁ ରାହୁଲର ବାପା । ରାହୁଲର ମାଆ ମାଳତୀ କାହା କ୍ଷେତରେ ଧାନପହ୍ଲାରୁ ଏ ଲଟାଘିଚେ ଧାନ କାଟେ ଓ କିଛି ରୋଜଗାର କରେ । ହେଲେ ଚାଷଛଡା ବାକିଦିନ କିଛି କାମ ମିଳେନି । ତାଙ୍କ ଗାଁରେ ତୃତୀୟ ଶ୍ରେଣୀଯାଏ ସ୍କୁଲ ଥିଲା । ପୂର୍ଣ୍ଣମୀ ପାଖଗାଁ ହାଇସ୍କୁଲରେ ଶିକ୍ଷୟତ୍ରୀ କାମ କରେ । ନିଜ ପିଲାଙ୍କ ସହ ରାହୁଲକୁ ବି ସାଙ୍ଗରେ ନେଇଯାଏ ସ୍କୁଲକୁ । ତାର ପିଲାଙ୍କ ପୁରୁଣା ବହି ପତ୍ର ପଢି ରାହୁଲ ପ୍ରଥମ ହୋଇ ସବୁବେଳେ ପାଶ କରେ । 

ବର୍ଷକୁ ଥରେ ହଳେ ନୂଆ ଡ୍ରେସ ଦିଏ ତା ତରଫରୁ । ବାକି ତା ପିଲାଙ୍କର ପୁରୁଣା ଡ୍ରେସ୍ ପିନ୍ଧି ରାହୁଲ ଧିରେଧିରେ ବଡ ହେବାକୁ ଲାଗିଥାଏ । ମାଳତୀକୁ ବି ଏବେ ତା ଘରେ ରଖି ଦେଇଛି । ଘରର ସବୁ କାମ ଦେଖା ଦେଖି କରେ ସେ । ସେ ସ୍କୁଲ ଆସିଲା ପରେ ଘରେ ତାର ବୁଢୀ ଶାଶୁ ଗାଈବାଛୁରୀ ବାଡିବଗିଚା

ସବୁ ଦେଖିବାକୁ ଜଣେ ତ ଦରକାର । ସେଥିପାଇଁ ଭଲ ଦରମା ବି ଦିଏ ତାକୁ । ଏବେ ମାଳତୀ ତା ପାସବୁକରେ କିଛି ଟଙ୍କା ଜମା ବି କରି ପାରୁଛି । 

ରାହୁଲ ବି ପଢା ସହିତ ତାଙ୍କ ରାଇସ୍ ମିଲରେ ଧାନକୁଟା କାମରେ ତା ସ୍ବମୀଙ୍କୁ ସାହାଯ୍ୟ କରେ । 

ବସ୍ତା ବସ୍ତା ଚାଉଲ ଧାନ ଅକ୍ଲେଶରେ ଉଠାଇ ସେ ମେସିନ୍ ଡାଲାରେ ଢାଳିଦେଇ ପାରେ । ସେଥିପାଇଁ ଅଲଗା କିଛି ଟଙ୍କା ତାକୁ ଦିଅନ୍ତି ସେମାନେ । 

ରାତିରେ ତା ପିଲାଙ୍କ ସହ ସେ ବି ପଢିବ ସେ ସାଥିରେ । 

ସେ ସମସ୍ତଙ୍କ ହୋମଟାକ୍ସ କରିବା ସହ ଯାହା ଅବୁଝା ରହିଯାଇଥାଏ ସବୁ ବୁଝାଇ ଦିଏ । 

ଛୋଟ ଥିଲାବେଳେ ତା ମାଆ ଫୁଲଗଛ ମାନଙ୍କରେ ପାଣି ଦେଉଥିଲାବେଳେ ସେ ପ୍ରଜାପତିମାନଙ୍କ ପଛରେ ଧାଉଁଥାଏ ଧରିବାକୁ । ଗଛରେ ଚଢି ପିଜୁଳି ତୋଳୁଥାଏ । ତା ମାଆର କଥା ନ ମାନିଲେ ତା ମାଆ କହୁଥିଲା ଏଇ ଦିଦି ଆସିଲେଣି କହିଦେବି । ସେ ଚୁପ୍ ପଡି ଯାଉଥିଲା । ସେ ବାପା ପରି ମଦ ପିଇବନି ବୋଲି ସଂକଳ୍ପ କରିଥିଲା । ନିଜକୁ ଏକ ଯୋଗ୍ୟମଣିଷ କରିବ ବୋଲି ଆଗେଇ ଯାଉଥିଲା ତାର କର୍ତ୍ତବ୍ୟ ପଥରେ । 

ଆଉ ସେଥିପାଇଁ ରାସ୍ତା ଦେଖାଉଥିଲେ ପୂର୍ଣ୍ଣମୀ, ପୂର୍ଣ୍ଣିମାର ଚାନ୍ଦଟିଏ ହୋଇ । ଆଜି ତାର କର୍ତ୍ତବ୍ୟର ଶେଷ ହେଇଛି । ରାହୁଲ ତାର ପରୀକ୍ଷାରେ ପୂରା ଉତୁରିଛି । ଆଜି ସେ ନିଜକୁ ଭାଗ୍ୟବତୀ ଭାବୁଥିଲା । 

ଯା ହେଉ କାହାରତ କିଛି କାମରେ ଆସିପାରିଲା ସେ । ଆଜି ଗୋଲାପ ଦିନ ହେଉକି ଆଲିଙ୍ଗନ ଦିନ ଯାହାହେଉ ରାହୁଲ୍ ତା ମନରେ ଭରିଦେଇ ପାରିଛି ଅନେକ ଆନନ୍ଦ । ନିଜ ପିଲା ନ ହେଲେ କଣ ହେଲା ସେ କେବେଠୁ ତା ହୃଦୟ ଭିତରେ ସ୍ଥାନଟିଏ ଅକ୍ତିଆର କରି ସାରିଛି ପୁଅ ହିସାବରେ । 

ସେ ରାହୁଲକୁ ବସାଇ ତା ପାଇଁ ଇଡିଲି ଓ ସାମ୍ବର ପରଶିବାରେ ଲାଗିଥାଏ । ଆଉ ରାହୁଲ ମାମ ଙ୍କ ମୁହଁର ପ୍ରଫୁଲ୍ଲିତ ଭାବକୁ ଦେଖୁଥାଏ । 



Rate this content
Log in

Similar oriya story from Inspirational