kamal kumar dash

Inspirational Thriller

3  

kamal kumar dash

Inspirational Thriller

ଆଖିର ଲୁହ

ଆଖିର ଲୁହ

2 mins
165


 ରାଧୁ ଭାଇ ଗଛ ତଳେ ତା ଅଟୋ ଟା ରଖି ଟିକେ ନିଃଶ୍ୱାସ ନେଲା | ବାହାର ପ୍ରବଳ ଖରା , ପାଖ ହାଣ୍ଡ ପମ୍ପରୁ ବୋତଲରେ ପାଣି ଆଣି ଢକ ଢକ କରି ପିଇ ଗଲା | ତା ଅଟୋରେ ବସି ଟିକେ ଢୁଳାଇଲl, ଜଣେ କିଏ ଆସି ତାକୁ ଡାକିଲା ଭାଇନା | ତା ନିଦଟା ଭାଙ୍ଗି ଗଲା | ସେ ସ୍ତ୍ରୀ ଲୋକଟି କହିଲା ଭାଇ ମୁଁ ବହୁତ ଦିନରୁ ଆପଣଂକୁ ଖୋଜୁଛି | ରାଧୁ ଭାଇ ପଚାରିଲା 

କାହିଁକି ? ମୋ ନାଁ ସରିତା, ୨ ଦିନ ପରେ ଆମ ଗାଁରେ ଗୋଟେ ପର୍ବ ଅଛି ଆପଣଙ୍କୁ ନିମନ୍ତ୍ରଣ ଦେବାପାଇଁ | ରାଧୁ ଭାଇ ହେଲେ ମତେ ନିମନ୍ତ୍ରଣ କାହିଁକି ? ସେ କହିଲା ଭାଇ  ପ୍ରାୟ ୧୦ ବର୍ଷ ତଳେ ଦିନେ ମୋ ପୁଅର ଦେହ ବହୁତ ଖରାପ ଥିଲା ଓ ମୋ ସ୍ୱାମୀ ଘରେ ନଥିଲେ | ମୁଁ ତାକୁ ଧରି ହସ୍ପିଟାଲ ବାହାରିଥିଲି, ହେଲେ ଅଟୋ ମିଳୁ ନଥିଲା ଭୀଷଣ ବର୍ଷl ଯୋଗୁଁ | ଆପଣ ଅଟୋ ରଖିଲେ ଓ ମତେ ଓ ପୁଅକୁ ନେଇ ହସ୍ପିଟାଲ ଗଲେ | ସରକାରୀ ହସ୍ପିଟାଲ ପୁଅର କଣ୍ଡିସନ ଦେଖି ଡରିଗଲେ ,କିଛି ମେଡ଼ିସିନ ଓ ଇଞ୍ଜେକ୍ସନ ଦେଲେ ଓ କଟକ ନେବାକୁ କହିଲେ | ମୋ ପାଖେ ତାକୁ କଟକ ନେଇ ଯିବାକୁ ଟଙ୍କା ନଥିଲା | ମୁଁ ପୁଅକୁ ଧରି ଘରକୁ ଫେରିବାକୁ ଭାବୁଥିଲି ହେଲେ ଆପଣ ସବୁ ଶୁଣିଲା ପରେ ମତେ ଓ ପୁଅକୁ କଟକ ନେଇଗଲେ | ଶିଶୁ ଭବନରେ ତାକୁ ଆଡମିଟ କଲେ ଓ ମୋ ସ୍ୱାମୀଙ୍କୁ କଟକ ଡାକିଲେ | ସେ ଆସିଲା ପର୍ଯନ୍ତ ଆପଣ ମୋ ପାଖରେ ଥିଲେ ଓ ଗଲା ବେଳେ ମୋ ହାତରେ କିଛି ଟଙ୍କା ଦେଇ ଗଲେ ପୁଅର ଟ୍ରିଟମେଣ୍ଟ  ପାଇଁ | ରାଧୁ ଭାଇ କହିଲେ, ହେଲେ ମୋର ଏତେ କିଛି ମନେ ନାହିଁ | 

      ଭାଇ ଆପଣ ମୋ ପାଇଁ ମଣିଷ ନୁହେଁ ଦେବତା | ଆପଣ ମତେ ଚିହ୍ନି ନଥିଲେ ,ହେଲେ ଆପଣଙ୍କ ପାଇଁ ସେଦିନ ମୋ ପୁଅର ଜୀବନ ବଂଚି ଗଲା | ପୁଅ ମୁନୁ ରାଧୁ ଭାଇର ଗୋଡ଼ ଛୁଇଁ ମୁଣ୍ଡିଆ ମାରିଲା ଓକହିଲା ମାମୁଁ ଆମ ଗାଁ କୁଆସିବେ, ମାଇଁ ଓ ପିଲାମାନଂକୁ ନେଇ ଆସିବେ | ସରିତା ଆଖିରେ ଲୁହ ଥିଲା| 

       ୨ ଦିନ ପରେ ରାଧୁ ଭାଇ ସରିତାର ଗାଁରେ ପହଁଚିଲା | ସରିତା ଗାଁର ସରପଞ୍ଚ ହୋଇଥିଲା ଓ ରାଧୁ ଭାଇ ଓ ତାର ପରିବାରକୁ କୁ ସାଦରେ ପାଛୋଟି ନେଲା | ଗାଁ ସ୍କୁଲର ବାର୍ଷିକ ଉଚ୍ଛବରେ ସେ ହେଲେ ମୁଖ୍ୟ ଅତିଥି | ସଭାର ଆରମ୍ଭରେ ତାଙ୍କୁ ସମ୍ବର୍ଦ୍ଧିତ କରଗଲା, ତାଙ୍କର ସେଦିନର ସାହାଯ୍ୟ କଥା କହିଲା ବେଳେ ସରିତା ଆଖିରୁ ଧାରଧାର ଲୁହ ବୋହିଗଲା | 



Rate this content
Log in

Similar oriya story from Inspirational