The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Rakesh Sahoo

Romance

3  

Rakesh Sahoo

Romance

ଆକାଶବାଣୀ

ଆକାଶବାଣୀ

5 mins
19



ସମୟ ସକାଳ ଦଶଟା ମହାବିଦ୍ୟାଳୟର ପରିବେଶଟି ଟିକେ ଟିକେ ବଦଳିଗଲା, ଅଧ୍ୟାପକ ଭାବରେ ନୂଆ କରି ଯୋଗ ଦେବାକୁ ଯାଉଥିଲେ ଆକାଶ ବାବୁ। ମହାବିଦ୍ୟାଳୟର ଫାଟକ ପୂର୍ବରୁ ନୂଆ କରି ମୋଟରଗାଡିରେ ଆସୁଥିଲା ଝିଅଟି ନଜର ପଡିଗଲା ଆକାଶରେ ବାସ୍ ନଜର ଲାଗିଗଲା ଯେମିତି କେତେବେଳୁ ଝିଅ କହିଲାଣି ରାସ୍ତା ଛାଡ ନହେଲେ ଧକ୍କା ହୋଇଯିବ, ଧକ୍କା ହେବ କଣ କିଛି ଭାବିବା ପୂର୍ବରୁ ଆକାଶ ତଳେ ତା ଉପରେ ଗାଡ଼ି। ପାଖରେ ଥିବା ଲୋକ ଦଉଡି ଆସି ଉଠାଇଲେ , ଲୋକ କେତେ କଣ କହୁଥାନ୍ତି ଆକାଶରେ ହାତ ଖଣ୍ଡିଆ ହୋଇଯାଇଛି କିନ୍ତୁ ତାକୁ ଜଣା ନାହିଁ ସେ ତ ଚାଲିଗଲା ଯେମିତି ଗୋଟିଏ ସ୍ଵପ୍ନର ଦୁନିଆକୁ । 


ତା'ପର ଦିନ ଆକାଶ ଶିକ୍ଷାଦାନ କରିବାକୁ ଶ୍ରେଣୀରେ ଉପସ୍ଥିତ। "ହଜିଲା ବଳଦ ଖୋଜିଲା ଠାଇଁ " ସେଇ ଝିଅଟି ସେହି ଶ୍ରେଣୀରେ ପଢୁଛି। ନଜର ପଡିଗଲା ସେଇ ଝିଅଟି ଉପରେ ଆକାଶର........ ନିଜକୁ ପ୍ରକୃସ୍ଥୀତ କରି ପଢାଇ ଚାଲିଲା ଆକାଶ। ଛୁଟି ହେବା ସମୟରେ ଝିଅଟି ଡରି ଡରି ଆସି କହିଲା ମୋତେ କ୍ଷମା କରିଦେବେ। ସଙ୍ଗେ ସଙ୍ଗେ ଆକାଶ ପାଟିରୁ ବାହାରି ଗଲା ହଁ କ୍ଷମା କଲି। ଆକାଶ ପଚାରିଲା ତୁମ ନାଁ କଣ। ଝିଅ ଟିକେ ଡରି କହିଲା ବାଣୀ ଗମ୍ଭୀର ସ୍ୱରରେ ବାଣୀ ମୋ ବାପାଙ୍କୁ ଜଣାଇବେନି।ଆକାଶ ଉତ୍ତର ଦେଲା ଆରେ ନା। 

କିଛି ଦିନ ବିତିଗଲା ....... 


ଦୁହିଁଙ୍କ ମନରେ ଦୁହେଁ ଘର କରିନେଲେ ହେଲେ ଦୁହିଁଙ୍କୁ କହିବାକୁ ଡର ଲାଗୁଥିଲା କିଏ ଆଗ କହିବ ଦୁହେଁ ଦୁହିଁଙ୍କୁ ଦେଖନ୍ତି ପ୍ରତିଦିନ ଆଖିରେ ଆଖି ମିଶିଗଲେ ପୁଣି ନଜର ହଟାଇ ଦିଅନ୍ତି। କିଛି ବିଶେଷ ସୂତ୍ରରୁ ବାଣୀ ଜାଣିଲା ଜାନୁଆରୀ ଏକ ତାରିଖ ଆକାଶର ଜନ୍ମଦିନ। ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ପହଞ୍ଚିଲା ବାଣି। ଆକାଶ ଦେଖି ପଚାରିଲା କିଛି କହିବ, ବାଣୀ କହିଲା ଜନ୍ମଦିନର ଢେର ସାରା ଶୁଭେଚ୍ଛା ଆପଣଙ୍କୁ, ଆକାଶ ଉତ୍ତର ଦେଲା ଧନ୍ୟବାଦ। ଦୁହେଁ ଦୁହିଁଙ୍କୁ ଦେଖୁଥାନ୍ତି ଆକାଶ ପଚାରିଲା ଆଉ କିଛି କହିବ। ବାଣୀ ଟିକେ ଚାରିପଟକୁ ଦେଖିଲା କେହି ନାହାନ୍ତି। ମୁଁ ଆପଣଙ୍କ କଥା ସବୁବେଳେ ଭାବୁଛି ଆକାଶ ଟିକେ ମନେ ମନେ ଖୁସି ହୋଇ ପଚାରିଲା କାହିଁକି? ବାଣୀ କହିଲା ମୁଁ ବୋଧେ ତୁମକୁ ଭଲ ପାଇ ବସିଛି, ସ୍ଵତଃ ଆକାଶ ପାଟିରୁ ବାହାରିଗଲା ମୁଁ ବି। ବାଣୀ ତାହେଲେ କହୁ ନଥିଲ କାହିଁକି ? ଆକାଶ ଟିକେ ହସି ଦେଲା। ଆରମ୍ଭ ହୋଇଥିଲା ଆଉ ଏକ ଦୁନିଆ। କଥାବାର୍ତ୍ତା , ଗପସପ , ବୁଲାବୁଲି ଆରମ୍ଭ ହୋଇଗଲା। ଦୁହେଁ ଚାହୁଁ ଥିଲେ ଏ କଥା ଏବେ କେହି ନଜାଣନ୍ତୁ ପରେ ସମୟ ଆସିଲେ ସମସ୍ତଙ୍କୁ ଜଣାଇବେ। କିନ୍ତୁ କଥାରେ ଅଛି ଶୋରିଷ ଫୁଟିଲେ ବାସ୍ନା ତ ସବୁଆଡ଼େ ଯିବ। ଧିରେ ଧିରେ କଥା ସମସ୍ତେ ଜାଣିଗଲେ। ବାଣୀର ପରିବାର ଏବଂ ଆକାଶର ପରିବାର। ଆକାଶ ନିଜ ପରିବାର ଲୋକଙ୍କୁ ବୁଝାଇ ଦେଲା। ଏବେ ସମୟ ବାଣୀର ବାପାଙ୍କୁ ବୁଝାଇବା କଥା ଯେତେବେଳେ ଆକାଶ ପହଞ୍ଚିଲା ବାଣୀର ବାପାଙ୍କ ପାଖରେ ଆକାଶକୁ ବାଣୀର ବାପା ଅନେକ କଥା କହିଲେ କିନ୍ତୁ ଆକାଶ ବି ଭାରି ଭଲ ପିଲା କୌଣସି ଖରାପ ଗୁଣ ବି ନାହିଁ। ଅନେକ ଚେଷ୍ଟା ପରେ ବାଣୀର ବାପା କହିଲେ ତୁମେ ଭଲ ପିଲା ଜାତି କଥା ତୁମର ବଢେଇ ଆମର ବ୍ରାହ୍ମଣ କେମିତି ହେବ। ଆକାଶ କହିଲା ଆଜିକାଲି ଆଉ ଜାତି କଥା କିଏ ଧରୁଛି, ଆକାଶ କହିଲା ମୁଁ ଆମ ଘରେ ବୁଝାଇଦେବି ଏଥର ବାଣୀର ବାପା ରାଜି ହୋଇ କହିଲେ ହଉ ତୁମ ଦୁହିଁଙ୍କର ବାହାଘର କରାଇଦେବା। ଏବେ ଦୁହେଁ ଖୁସି। ବାଣୀ ବାପା କହିଲେ ଏବେ ବାଣୀର ଶେଷ ବର୍ଷ ପରୀକ୍ଷା ତେଣୁ ତାକୁ ପଢିବାକୁ ଦିଅ ପରୀକ୍ଷା ସରିଲେ ବାହାଘର ହେବ। ଆକାଶ ଖୁସିରେ ଫେରି ଘରେ ସମସ୍ତଙ୍କୁ ସବୁ କହିଲା ଆକାଶର ଘରେ ରାଜି ହୋଇଗଲେ। ଜାତିସମାଜରେ କହିଲେ ବ୍ରାହ୍ମଣ ଘର ଝିଅ ତ ଚଳିବ କିନ୍ତୁ ୪୦୦୦ ଟଙ୍କା ଅର୍ଥ ଦଣ୍ଡ ଦେବାକୁ ପଡ଼ିବ। ଆକାଶ ରାଜି ହୋଇ ଦେଇଦେଲା। ଏବେ ଅପେକ୍ଷା ରହିଲା ବାଣୀର ପରୀକ୍ଷା ଶେଷ ହେବାକୁ। 


ଶେଷ ପରୀକ୍ଷା ପର ଦିନ ଯେତେ ବେଳେ ଆକାଶ ବାଣୀକୁ ଦେଖା କରିବାକୁ ଯାଏ ସିଏ ଘରେ ନଥିଲା ପଚାରିବାରୁ ବାଣୀର ବାପା କହିଲେ ସିଏ ଏଠି ତା ସହିତ ତୁମର କିଛି ସମ୍ପର୍କ ନାହିଁ ଚାଲିଯାଅ ଏଠୁ। ଆକାଶ ହଠାତ୍ କିଛି ବୁଝିପାରିଲା ନାହିଁ କଣ ହେଉଛି ଇଏ। ବାଣୀର ବାପା କହିଲେ ତୁମେ ଏଠୁ ଯିବ ନା ଥାନା ବାଲା ଆସିବ ପର୍ଯ୍ୟନ୍ତ ରହିବ। ପରିସ୍ଥିତି ଗମ୍ଭୀର ଦେଖି ଆକାଶର ସାଙ୍ଗମାନେ ଆକାଶକୁ ନେଇ ସେଠାରୁ ଚାଲିଗଲେ। 


ଆକାଶର ମୁଣ୍ଡ କିଛି କାମ କଲାନି ବାଣୀକୁ ନେଇ ବାଣୀର ବାପା ରଖିଲେ କୋଉଠି। ସାଙ୍ଗମାନେ ଖବର ନେବାରେ ଲାଗି ପଡ଼ିଲେ ବହୁତ ଖୋଜା ଖୋଜି ଜଣା ପଡ଼ିଲା ବାଣୀ ତାର ପିଉସୀ ଘରେ ଅଛି। ବାଣୀ ବି ତା ବାପାଙ୍କୁ ଅନେକ ମିନତି କଲା କିନ୍ତୁ ସେ ରାଜି ହେଲାନି। ଏବେ ବାଣୀ ମନରେ ସ୍ଥିର କଲା ଯଦି ମୁଁ ଆକାଶର ହୋଇ ପାରିବନି ତେବେ କାହାର ନୁହେଁ। ୟା ଭିତରେ ବାଣୀର ବାପା ଗୋଟିଏ ପୁଅ ଠିକ୍ କଲେ ବାଣୀର ବାହାଘର କରିବାକୁ। ବାଣୀ ଏହା ଶୁଣି ଆତ୍ମହତ୍ୟା କରିବାକୁ ବସିଥିଲା କିନ୍ତୁ ପିଉସୀ ବଞ୍ଚାଇଦେଲେ। ତାପରେ ମୋବାଇଲ ଦେଲେ ଆକାଶ ସହିତ କଥା ହେବାକୁ। ବାଣୀର ସ୍ଵର ଶୁଣି ଆକାଶର ଶରୀରରେ ଯେମିତି ପୁଣି ଜୀବନ ଆସିଗଲା। ୟା ଭିତରେ ବାଣୀର ବାପା ଆକାଶକୁ ଡରାଇବା ପାଇଁ ଥାନା ବାବୁଙ୍କ ଦ୍ଵାରା ଧମକ ଆଉ ଗୋଟିଏ ଓକିଲ ପଠାଇଥିଲେ। ଆକାଶ କିନ୍ତୁ ମାନିଲାନି। 


ଏବେ କେମିତି ଯୋଗାଯୋଗ କରିବ ଆକାଶ ବାଣୀ ମନକୁ ଆସିଲା ଚିଠି କଥା । ଆକାଶ ଲେଖିଲା ଚିଠି, ଠିକ୍ ସମୟରେ ସାଙ୍ଗମାନେ ହିଁ କାମରେ ଆସନ୍ତି। ଗୋଟିଏ ସାଙ୍ଗ ଦ୍ଵାରା ବାଣୀ ପାଖକୁ ପଠାଇଲା ଠିକ୍ ଆଠଟା ସମୟରେ ଘରର ଫାଟକ ପାଖକୁ ଆସିବାକୁ ଆକାଶ ଆସିବ ଦେଖାକରିବାକୁ ଆଉ ଯାହା କହିବା କଥା ଚିଠିରେ ଲେଖିବାକୁ। ବାଣୀ ଟିକେ ଖୁସି ହୋଇ ଏକବିଂଶ ଶତାବ୍ଦୀରୁ ଚାଲିଗଲା ବିଂଶ ଶତାବ୍ଦୀକୁ ମନର ସବୁ କଥାକୁ ଚିଠିରେ ଲେଖିଲା। ଠିକ୍ ଆଠଟା ସମୟରେ ଫାଟକ ପାଖରେ ହାଜର। ଦୁହେଁ ଦୁହିଁଙ୍କୁ ବହୁତ ଦିନ ପରେ ଦେଖି ଆଖିରୁ ଖୁସି ଝରିଆସିଲା। କେହି ଦେଖିବା ଦୁହେଁ ଚିଠି ଅଦଳ ବଦଳ କରି ଚାଲିଗଲେ। ଘରକୁ ଯାଇ ଦୁହେଁ ଚିଠି ପଢନ୍ତି ଆଉ ପରବର୍ତ୍ତୀ ଚିଠି ଲେଖନ୍ତି ଏମିତି ଏକ ମାସ ଚାଲିଲା ........ 


କିଛି ଦିନ ପରେ 

ଆକାଶ ରାସ୍ତାରେ ଯାଉଥିବା ବେଳେ ଚାରିଟି ମୋଟର ଗାଡିରେ ଆଠ ଜଣ ଲୋକ ଆସି ଘେରିଗଲେ ଆକାଶକୁ। ଆକାଶ କିଛି ବୁଝିପାରିଲା ନାହିଁ ପଚାରିଲା ତୁମେ ସବୁ କିଏ ଆଉ ମୋ ପାଖରେ କାମ କଣ? ତାଙ୍କ ଭିତରେ ଟିକେ ଦାଢ଼ି ରଖିଥିବା ଲୋକଟି ଟିକେ ଉଚ୍ଚ ସ୍ଵରରେ କହିଲା ପୁଅ ବାଣୀକୁ ଭୁଲିଯାଆ ନହେଲେ ତୁମ ଘର ଲୋକ ତୋର ଶବ ବି ପାଇବେନି। ଆକାଶକୁ ଆଉ କିଛି ଅବୁଝା ରହିଲା ନାହିଁ ଥାନା ବାବୁ, ଓକିଲ ପରେ ଏବେ ଗୁଣ୍ଡା। ଆକାଶ ବି ଛାଡିବା ପିଲା ନୁହେଁ କହିଲା ମାରିବ ଯଦି ଏବେ ମାର ନହେଲେ ତୁମ ଭିତରୁ କେହି ଜଣେ ବଞ୍ଚିବନି। ଏମାନେ ହାତା ହାତି ହେବା ପୂର୍ବରୁ ଆକାଶର କିଛି ସାଙ୍ଗ ପହଞ୍ଚିଗଲେ ସେମାନଙ୍କୁ ଦେଖି ଗୁଣ୍ଡା ମାନେ ଚାଲିଗଲେ। ଆକାଶ ସେଇଠି ତଳେ ବସି ପଡ଼ିଲା କହିଲା ମୋ ସହିତ ଏ କଣ ହେଉଛି। ସାଙ୍ଗମାନେ କହିଲେ ତୁ ବ୍ୟସ୍ତ ହୋ ନାହିଁ ଆମେ କିଛି ଗୋଟାଏ ଉପାୟ କରିବା। 



ସମସ୍ତେ ଚାଲିଲେ ଲଣ୍ଡା ପାହାଡ଼ ଉପରକୁ ବିଭିନ୍ନ ବିଚାର ବିମର୍ଶ କରିବା ପରେ ଜଣେ ସାଙ୍ଗ କହିଲା ମୁଁ ଗୋଟିଏ ଲୋକକୁ ଜାଣିଛି ସିଏ ଟିକେ ପଇସା ଲୋଭି କିନ୍ତୁ କାମ ଠିକ୍ ଠାକ୍ କରିବ। ଆଉ ଜଣେ ସାଙ୍ଗ କହିଲା ମୁଁ ମୁଣ୍ଡ ଭିତରେ କଣ ଚାଲିଛି ଟିକେ ଖୋଲିକି କହ। ଆକାଶ କହିଲା ମୋର କାହାକୁ ମାରିବାର ଇଚ୍ଛା ନାହିଁ। ସାଙ୍ଗଟି ଆରେ ସେ କଥା ନୁହେଁ ସିଏ ଆମକୁ ସାହାଯ୍ୟ କରିବ ବାଣୀ ସହିତ ତୋର ବାହାଘର କରିବାକୁ। ଆର ସାଙ୍ଗଟି ତେବେ ଅପେକ୍ଷା କାହାକୁ ଚାଲେ ତାଙ୍କୁ ଦେଖା କରିବା, ସମସ୍ତେ ହଁ ଭରିଲେ ଆଉ ବାହାରିଗଲେ ସେଇ ଲୋକକୁ ଦେଖା କରିବାକୁ।........


ଲୋକଟିର ଘର କୌଣସି ମହଲ ଠାରୁ ବି କମ୍ ନୁହେଁ। ନା ଲୁନା ପଣ୍ଡା ଆଉ ଶରୀର ବି ପ୍ରବଳ ଲୋକ ଦେଖିଲେ ଡରିବେ କିନ୍ତୁ ହୃଦୟ ଭାରି କୋମଳ। ଘରେ ପହଞ୍ଚିବା ପରେ ଜଣେ ଲୋକ କହିଲା ଏଇଠି ବସ ଲୁନା ଭାଇ ଏବେ ଆସିବେ। ଟିକେ ସମୟ ପରେ କୁର୍ତ୍ତା ପାଇଜାମା ପିନ୍ଧିଥିବା ଜଣେ ଲୋକ ଆସିଲେ ନିଶ ରାଜାଙ୍କ ଭଳି ତାଙ୍କୁ ଦେଖି ସମସ୍ତେ ଠିଆ ହୋଇ ନମସ୍କାର କଲେ। ଲୁନା ଭାଇ ସମସ୍ତଙ୍କୁ ବସିବାକୁ କହିଲେ ସବୁ କଥା ଶୁଣି ସାରିବା ପରେ ଲୁନା ଭାଇ କହିଲେ କାମ ହୋଇଯିବ। ଆକାଶକୁ ଅନାଇ କହିଲେ କିନ୍ତୁ ଗୋଟିଏ କଥା ଝିଅର ସମ୍ମତି ଦରକାର ଝିଅ ରାଜି ନହେଲେ ସମସ୍ତେ ଫସିବା ଟିକେ ହସି କହିଲେ କିନ୍ତୁ ତୁମ ଭବିଷ୍ୟତ ଭାବିଚିନ୍ତି କାମ କର। ଆଉ କିଛି ଉପଦେଶ ଦେଲେ ଏମିତି କଲେ ଫସିବ ନାହିଁ। ଆକାଶର ମନକୁ ପାଇଲା ଲୁନା ଭାଇଙ୍କୁ ଧନ୍ୟବାଦ ଦେଇ ଫେରିଲା। 


କଥାରେ ବନ୍ଧୁ ଅଛି କି ଅସୁବିଧା ତାହାର ସମସ୍ତେ ମିଶି ଯୋଜନା ପ୍ରସ୍ତୁତ କଲେ। ସବୁ ସାଙ୍ଗ ମାନେ ଦାୟିତ୍ବ ବାଣ୍ଟିନେଲେ। ବାଣୀ ପାଖକୁ ଚିଠି ପହଞ୍ଚିଲା ପ୍ରସ୍ତୁତ ରହିବାକୁ। ଠିକ୍ ସମୟରେ ଆକାଶ ପହଞ୍ଚିଲା ଗାଡି ନେଇ ଘରଠାରୁ କିଛି ଦୂରରେ ଛିଡା ହେଲା। କିଛି ସମୟ ପରେ ବାଣୀ ଗୋଟିଏ ଚାଦର ଘୋଡ଼ାଇ ହୋଇ ଆସିଲା ସମସ୍ତଙ୍କୁ ପର କରି। ଆକାଶ, ବାଣୀ ଆଉ ଜଣେ ସାଙ୍ଗ ମିଶି ରାତି ରାତି ଭୁବନେଶ୍ବର ପହଞ୍ଚିଲେ। ପରଦିନ ଦୁହେଁ ଅଦାଲତରେ ବିବାହ କଲେ। ଦୁହିଁଙ୍କର ସଠିକ୍ ବୟସ ହୋଇଥିଲା ତେଣୁ କୌଣସି ଅସୁବିଧା ହେଲା ନାହିଁ। ଦୁହେଁ ଘରକୁ ଫେରିଲେ। ଝିଅର ବାପାଙ୍କୁ ସମସ୍ତେ ବୁଝାଇଲେ, ବାଣୀ ବି କହିଲା ମୁଁ ତାଙ୍କ ସହିତ ଖୁସିରେ ରହିବି। ବାପାଙ୍କ ହୃଦୟ ଟିକେ ତରଳି ଗଲା କହିଲେ ହଉ ଯା ଖୁସିରେ ରହ। ଏବେ ଖୁସି କହିଲେ ନସରେ ଦୁହିଁଙ୍କ ବାହାଘର ମନ୍ଦିରରେ ପାରମ୍ପରିକ ରୀତିରେ ସମ୍ପୂର୍ଣ୍ଣ ହେଲା। ଏବେ ସମସ୍ତେ ଖୁସି। ପରିଶେଷରେ ପ୍ରେମର ବିଜୟ ହେଲା। କଥାରେ ଅଛି ତୁମେ ଯଦି ସତରେ ମନ ପ୍ରାଣ ଦେଇ କାହାକୁ ଭଲ ପାଇଥିବ ତେବେ ସେ ତୁମର ଦିନେ ନା ଦିନେ ନିଶ୍ଚୟ ହେବ। ଏଇ ଯେମିତି ଆକାଶବାଣୀ.... ସେପଟେ ସାଙ୍ଗମାନେ ପଚାରିଲେ ଆଉ ଆକାଶବାଣୀ ଖବର କଣ? ଦୁହେଁ ଉତ୍ତର ଦେଲେ ଏବେ ଖବର ନାହିଁ ଆମେ ଚାଲିଲୁ ତୁମେ ଯାଅ ବେତାର ଯନ୍ତ୍ର ଶୁଣ...........।


Rate this content
Log in

More oriya story from Rakesh Sahoo

Similar oriya story from Romance