ବାବୁଙ୍କୁ ଚିଠି
ବାବୁଙ୍କୁ ଚିଠି
ପୂଜନୀୟ ବାପୁ
ସ୍ଵର୍ଗରେ ଥାଇ ପ୍ରଣାମ ଗ୍ରହଣ କରିବେ। ହଠାତ୍ ମନଟା ବିଚଳିତ ହୋଇ ଉଠିଲା ତ ଭାବିଲି ତୁମ ପାଖକୁ ଗୋଟିଏ ଚିଠି ଲେଖିବି ତ ଆରମ୍ଭ କରୁଛି। ଆଜି ତୁମର ଜନ୍ମଦିନ ତେଣୁ ଜନ୍ମଦିନର ଢେର ସାରା ଶୁଭେଚ୍ଛା। ତୁମର ପୁରା ନାମ ଥିଲା ମୋହନ ଦାସ କରମଚାନ୍ଦ ଗାନ୍ଧୀ, ତୁମ ପିତାଙ୍କ ନାମ ସେଥିରେ ଯୋଡ଼ି ହୋଇଛି । ଆଜି ତୁମ ପାଇଁ ଅନେକ ସଭା ସମିତି ହେଉଛି ବକ୍ତୃତା, ଭଜନ ଓ ଗୀତରେ ଭାରତ ମାତା ବି ପୁଲକିତ ହେଉଛି। ଜଣେ ଅନେକ ବ୍ୟକ୍ତିତ୍ୱ ଥାଏ , କିଛି ଲୋକଙ୍କୁ ଆପଣଙ୍କୁ ପସନ୍ଦ ଆସେ ଆଉ କିଛି ଆପଣଙ୍କୁ ଘୃଣା କରନ୍ତି ଇଏ ତ ସ୍ଵାଭାବିକ କଥା। ଜଣେ ଲୋକକୁ ସମସ୍ତେ ଭଲ ପାଇବେ ଏହାର ତ ସେମିତି କିଛି ପ୍ରମାଣ ନାହିଁ କିନ୍ତୁ ନିଜ କର୍ତ୍ତବ୍ୟ କରିବା କଥା ବାକି ଦୁନିଆର ରଙ୍ଗମଞ୍ଚ ଏମିତି ଚାଲିବ, ଅନେକ କଳାକାର ଆସିବେ ଆଉ ଯିବେ। ତୁମେ ଥିଲ ଜାତିବାଦର ବିରୋଧୀ ତୁମ ବିଚାରରେ ସମସ୍ତେ ସମାନ। ମଣିଷ କୌଣସି ଜାତି ବା ଧର୍ମରେ ବନ୍ଧା ହେବା ପୂର୍ବରୁ ସେ ପ୍ରଥମେ ମଣିଷ, ସେଇ ହାଡ, ରକ୍ତ ଆଉ ମାଂସରେ ଗଢା ଗୋଟିଏ ଶରୀର ମାତ୍ର ଯାହା ସମସ୍ତଙ୍କ ପାଖରେ ଅଛି ପୁଣି ଏ ଜାତି ଓ ଧର୍ମକୁ ନେଇ ଏତେ ଲଢେଇ କାହିଁକି? ରକ୍ତ ପାତ ଶରୀର କମ୍ପିଉଠେ ଏଇ କଣ ତୁମ ସ୍ଵପ୍ନର ଭାରତ!
ତୁମେ ରାଜନୀତି ଠାରୁ ବହୁତ ଦୂରରେ ତଥାପି ଆଜିର ନେତାମାନେ ତୁମ ନାମରେ ରାଜନୀତି କରୁଛନ୍ତି ଏମିତି କାହିଁକି ? କହିବା ଆଗରୁ କରିବା କିନ୍ତୁ ଏଠି ଓଲଟା ଆଗ କରିଦିଅ କଲେ ନକଲେ କିଏ ପଚାରେ! କିଛି ଦିନ ପରେ ଲୋକ ପୁଣି ଭୁଲିଯିବେ । ତୁମେ କହୁଥିଲ କୁଟି ଖାଅ କାଟି ପିନ୍ଧ କିନ୍ତୁ ଏଠି ଲୋକ ବୁଝନ୍ତି କୁଟି ଖାଅ ମାନେ ଅନ୍ୟକୁ ରାସ୍ତାରୁ ହଟାଇ ତାର ଖାଦ୍ୟ ଖାଅ ସିଏ ପଛକେ ମରୁ ଆପେ ବଞ୍ଚିଲେ ବାପର ନାମ। ଆଉ କାଟି ପିନ୍ଧ ମାନେ ଅନ୍ୟକୁ ହଟେଇ ସେଇ ଜାଗାରେ ନିଜର ଅଟ୍ଟାଳିକା ନିର୍ମାଣ କରିବା ।
ତୁମେ କହୁଥିଲ ଆତ୍ମନିର୍ଭରଶୀଳ ହେବା ପାଇଁ କିନ୍ତୁ ଏଠି ଚାଲିଛି ସମସ୍ତଙ୍କୁ କୁହ ଆତ୍ମନିର୍ଭରଶୀଳ ହୁଅ ଆଉ ତାଙ୍କ ଠାରୁ କାମ ଆଦାୟ କର। ଅନ୍ୟୟ ପରିଶ୍ରମରେ ଏଠି ଚାଲିଛି ସମ୍ଭ୍ରାନ୍ତ ଜୀବନ। ପ୍ରଭାବଶାଳୀ ବ୍ୟକ୍ତି କହୁଛି ଯିଏ ମରୁଛି ମରିବାକୁ ଦିଅ ତା ନାମରେ ଟିକେ ମହମବତୀ ଜାଳି ଶୋକ ସଭା କରିଦିଅ ତା ପରେ ସମସ୍ତେ ଭୁଲିଯିବେ ।
ସବୁ ସରକାରୀ କାର୍ଯ୍ୟାଳୟରେ ତୁମ ପ୍ରତିମା କିନ୍ତୁ ତ କେହି ସତ ପଥରେ ଚାଲିବାକୁ ପ୍ରସ୍ତୁତ ନାହାଁନ୍ତି । ଲାଞ୍ଚ ନଦେଲେ କୌଣସି କାମ ହୁଏନି। ଆଉ ଯଦି ପଇସା ନାହିଁ ତେବେ ଉପର ଅଧିକାରୀଙ୍କ ସହିତ ହାତ କାମ ହେଲା। ଯାହାର କେହି ନାହିଁ ଦୌଡୁ ଥାଅ ତାରିଖ ପରେ ତାରିଖ। ଏଠି ଅଭିନେତା ଆଉ ନେତା ତାଙ୍କ ମକଦ୍ଦମା ଆଗ ହୁଏ ବାକି ଚାଲେ ଏମିତି ବର୍ଷ ପରେ ବର୍ଷ।
ଏଇ ଦୁନିଆ ସତରେ କେତେ ବଦଳି ଗଲାଣି ତାକୁ ଆଉ ଥରେ ସଜାଡି ଦିଅନ୍ତିନି। ଆଉ କଣ ଲେଖିବି ଏତିକି ଲେଖି ରହୁଛି ।
ଇତି
ତୁମର
ରାକେଶ