Rakesh Sahoo

Others Romance

2.5  

Rakesh Sahoo

Others Romance

ନିଆରା ସାଥି

ନିଆରା ସାଥି

2 mins
7.4K


ଆଜି ଏଇ ପବିତ୍ର ବନ୍ଧୁତ୍ଵ ଦିବସରେ ଏଇ ଛୋଟ ଗୋଟିଏ ଭେଟି ମୋର ସମସ୍ତ ବନ୍ଧୁଙ୍କ ପାଇଁ । ପ୍ରଥମେ ସମସ୍ତଙ୍କୁ ମୋ ତରଫରୁ ବନ୍ଧୁତ୍ୱ ଦିବସର ଅଭିନନ୍ଦନ ଓ ଶୁଭେଚ୍ଛା  । ଆଜିର ଗପ "ନିଆରା ସାଥି" ।

ଥରେ ଏକ ଚିହ୍ନା ସହରରେ ଦୁଇ ଜଣ ବ୍ୟକ୍ତି ଦେଖାହେଲେ ଦିହେଁ ଦୁହିଁଙ୍କ ପାଇଁ ଥିଲେ ଅଚିହ୍ନା ଆଉ ଅଜଣା । ଦୁଇ ଜଣଙ୍କର ଲକ୍ଷ ଗୋଟିଏ ଏଇ ନୂଆ ସହରକୁ ଆସିଛନ୍ତି ଚାକିରୀ କରିବାକୁ । ପ୍ରଥମ ଦିନ ଦୁହେଁ ଦୁହିଁଙ୍କୁ ଦେଖିଲେ କିନ୍ତୁ ପରିଚୟ ହୋଇନଥିବାରୁ କେହି କାହା ସହିତ କଥା ହେଲେନି । ଚାଲିଗଲେ ନିଜ ନିଜ ବାସଗୃହକୁ । ପରଦିନ ପୁଣି କର୍ମ ସଂସ୍ଥାନକୁ ଯିବା ରାସ୍ତାରେ ପୁଣି ଦେଖାହେଲେ ଦୁଇ ବ୍ୟକ୍ତି । ବସିଥିଲେ ପାଖାପାଖି ଗୋଟିଏ ବସରେ ପରସ୍ପରକୁ ଦେଖିଲେ ଏବଂ ପୁଣି ଚାଲିଗଲେ ନିଜ ନିଜ ରାସ୍ତାରେ । ଏମିତି କିଛି ଦିନ ଗଲା ପରେ ତାଙ୍କ ଭିତରୁ ଜଣେ ସାହସ କରି ପଚାରିଲେ ତୁମ ନାମ କଣ ସତେ ଯେମିତି ଅନ୍ୟ ଜଣଙ୍କ ଚାହୁଁଥିଲେ ଯେ ମୋ ସହିତ ସିଏ ତାଙ୍କ ତରଫରୁ କଥା ହୁଅନ୍ତୁ ଏବେ ଦୁହେଁ ଟିକେ ପ୍ରକୃସ୍ଥିତ ହୋଇଗଲେ । ଦୁହେଁ ଦୁହିଁଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କଲେ କଥାବାର୍ତ୍ତା ମୋ ନାମ ସୁଜିତ ଅନ୍ୟ ଜଣଙ୍କ ନିଜ ପରିଚୟ ଦେଇ କହିଲେ ମୋ ନାମ ଦୀପିକା .....

ସୁଜିତ: ଆମେ ପ୍ରତିଦିନ ଗୋଟିଏ ବସରେ ଯାଉଛେ ଚାଲ ଆମେ ପରସ୍ପର ବନ୍ଧୁ ହୋଇଯିବା

ଦୀପିକା: ହଁ ନିଶ୍ଚୟ

ଏହିପରି ଭାବରେ ଦୁହେଁ ଦୁହିଁଙ୍କର ହୋଇଗଲେ ଉତ୍ତମ ବନ୍ଧୁ । ନିଜ ଜୀବନର ପ୍ରତ୍ୟକଟି ଦୁଃଖ ଓ ସୁଖରେ ସାମିଲ କଲେ । ବାଣ୍ଟି ଚାଲିଲେ ସମସ୍ତ ସୁଖ ଆଉ ଦୁଃଖ ପ୍ରତ୍ୟେକ ଦିନର ଚାଲି ଚଳଣି । ନିଜ ଜୀବନରେ ପ୍ରତ୍ୟେକଟି କଥା ଯାହା ବୋଧ ହୁଏ ସୁଜିତ ଆଉ ଦୀପିକା କେବେ କାହାକୁ ବି କହିନାହାନ୍ତି । ଦିନ ପରେ ଦିନ ବିତି ଚାଲିଲା ବନ୍ଧତ୍ୱ ତାଙ୍କର ଆହୁରି ମଜଭୁତ ହୋଇଗଲା । କଥାରେ ଅଛି ଯେଉଁଠି ଭଲ ପାଇବା ଅଧିକ ଥାଏ ସେଠି ଦୁଃଖ କଷ୍ଟ ବି ଅଧିକ ଥାଏ ଏହାର ପ୍ରମାଣ ଯୁଗେ ଯୁଗେ ଅଛି ସେ ଶିବ ପାର୍ବତୀଙ୍କ କାହାଣୀ ହେଉ ଅବା ସୀତା ରାମଙ୍କର ସବୁଠି ବିଚ୍ଛେଦ ଅଛି । ଏମିତି ଏକ ସମୟ ଆସି ପହଁଚିଲା ସୁଜିତ ଆଉ ଦୀପିକାଙ୍କ ଜୀବନରେ ପରିସ୍ଥିତି ଏକ ନୂତନ ମୋଡ଼ ନେଇଗଲା କୌଣସି ଏକ ବ୍ୟକ୍ତିଗତ କଥା ନେଇ ଦୁହିଁଙ୍କ ମଧ୍ୟରେ ସୃଷ୍ଟି ହେଲା ଦ୍ଵନ୍ଦ ଦୁହେଁ ଦୁହିଁଙ୍କୁ ଅବିଶ୍ୱାସ କରିବାକୁ ଲାଗିଲେ ଲୋକ ଦେଖାଣିଆକୁ କେବଳ ଦୁଇ ଜଣ ଯାଙ୍କ ଉତ୍ତମ ବନ୍ଧୁ ଥିଲେ କିନ୍ତୁ ଧୀରେ ଧୀରେ ପରସ୍ପର ଠାରୁ ଅଲଗା ହୋଇଗଲେ ।

ସମୟର ଗତି ବି ବଡ଼ ବିଚିତ୍ର ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହେଲେ ସିନା କେହି କାହାକୁ ଭୁଲି ପାରିଲେନି ଏ ବନ୍ଧୁତ୍ୱ ବି ଏମିତି ନା ଭୁଲିପାରିବ ନା ଭୁଲିବାକୁ ଦେବ। ସମୟ ବିତି ଚାଲିଲା ଦୁହେଁ ଦୁହିଁଙ୍କ କର୍ମ କ୍ଷେତ୍ରରେ ବ୍ୟସ୍ତ ରହିଲେ କିନ୍ତୁ ସବୁବେଳେ ଦୁହେଁ ଦୁହିଁଙ୍କ କଥା ମନେପକାନ୍ତି । ଯେମିତି ଦୁହିଁଙ୍କ ହୃଦୟରେ ଦୁହିଁଙ୍କ ପାଇଁ କୌଣସି ଏକ ଜଗା ସବୁଦିନ ପାଇଁ ସୁରକ୍ଷିତ ବୋଧ ହୁଏ ସେ ଜାଗା ଆଉ କେହି ନେଇ ପାରିବେନି । ସମୟ ବିତି ଚାଲିଲା ସୁଜିତ ଓ ଦୀପିକା ପରସ୍ପରକୁ ଏ ସମ୍ପର୍କର ନାମ ଦେଲେ ନିଆରା ସାଥି.......

ଭାବୁଛି ଏ କାହାଣୀଟି ମୋର ସମସ୍ତ ବନ୍ଧୁଙ୍କୁ ଭଲ ଲାଗିବ।

ରାକେଶ


Rate this content
Log in