ଯଶୋଧାରା କଥା
ଯଶୋଧାରା କଥା
ଆକାଶ ର ଛାତି ଵିଦିର୍ଣ୍ଣ ହେଲାକି
ଭୂମିକମ୍ପ ହେଲା ଧରା
ଛଳନା କରି ମୁଁ ଚେଇଁ ଶୋଇଅଛି
ଆଖି ଲୁହ ଭିଜେ ପରା।।
କପିଳବାସ୍ତୁ ର ବୋହୁ ସାଜି ଥିଲି
ସ୍ଵାମୀ ମୋର ଗଉତମ
ଗଭୀର ରାତ୍ରୀରେ ନିଶା ଗରଜୁଛି
ଚାଲିଗଲ ପ୍ରିୟତମ।।
ଯଶୋଧାରା ନାମ ସାର୍ଥକ କରିଛି
ପତି ଦେବତା ସମାନ
ସରଳ ଵିଶ୍ଵାସ କୋମଳ ହୃଦୟ
ଵଢାଇଛ ନାରୀ ମାନ।।
ଦୁଇ ଆଖି ଦିନେ ମିଳନ ହୋଇଲା
ଦେଖି ସେବା ଵ୍ରତ ଦାନ
ଦୁଇ ଚରିତ୍ର ର ଏକାକାର ସମ
ଦିଵ୍ୟଚକ୍ଷୁର ମିଳନ।।
ଏକାଗ୍ରରେ ସିଏ ନାରୀଟିଏ ସୀନା।
ଦିବ୍ୟ ବୁଦ୍ଧିରେ ପ୍ରଵିଣ
ଦୁଃଖୀ ଦରିଦ୍ରର ଉପାସକ ସାଜି
ମନ ଜିଣିଲ ଗୌତମ।।
ଇତିହାସ ଅନ୍ଧ ପୁରାଣ ନିରବ
ତୁମର ଯଶ କୀର୍ତ୍ତନ
ଯଥାର୍ଥରେ ତୁମେ ସ୍ଵୟଂ ସୋହାଙ୍ଗିନି
ସମୟର ଆବର୍ତ୍ତନ।।
ନେପଥ୍ୟେ ରଚିଲ ଗୌତମରୁ ଵୁଦ୍ଧ
ସଖାସାଜି ସହିଗଲ
ନାରୀର ମହାନ ଚରିତ ଆଖ୍ୟାନ
ଦୁଃଖ କୁ ସୁଖ ମଣିଲ।।
ତୁମେ ରହିଗଲ ନିର୍ଜନତା କୋଣେ
ନୀରବ ନିସ୍ପନ୍ଦ ଲଵେ
ତଥାପି ସେ ଗାଥା ମରମର ଵ୍ୟଥା
ପ୍ରତିଧ୍ଵନି ହୁଏ ଭଵେ।।