STORYMIRROR

Basanta Kumar Sahoo

Abstract

2  

Basanta Kumar Sahoo

Abstract

ସମୟର ମାସ୍ତୁଲରେ🌋🌋 -

ସମୟର ମାସ୍ତୁଲରେ🌋🌋 -

1 min
311

       ଶେଷ ପାହାଚର ସମୟ ସାରଣୀ

       ଅଙ୍କା ବଙ୍କା ନଇର ସେପାରେ

       ଅଙ୍ଗେ ଲିଭା ବିସ୍ତୃତି ଗର୍ଭରେ

        ଛୁଇଁ ଫେରିଯାଏ ଅଣଲେଉଟାଣି


       କିଛି କଥା କିଛି ବ୍ୟଥା ସବୁ ସୁନ୍ ସାନ୍

        ଅସରନ୍ତି ଭାବନାର ଅଡ଼ୁଆ ସୂତାରେ

        ଲମ୍ବିଥାଏ ଅନ୍ତ ସାର୍ ଶୂନ୍ୟ

        ସବୁତ ନିର୍ଲିପ୍ତ ଦିଗହରା ଅସରନ୍ତି ଗାଥା


         ଆକାଶକୁ ଚାହିଁ ବସେ ନିର୍ଲିପ୍ତ ନୟନେ

         ଅସ୍ପଷ୍ଟ ତାରା ମାନେ ମୁରୁକି ହସନ୍ତି

         ଅନାବନା ଭାବନାରେ ବୁଡି ଚିନ୍ତା କରେ

         ଭାବିବାକୁ ବେଳେ ବେଳେ ଭାରି ଭଲ ଲାଗେ


         ଏଠି ସବୁ କଲରା ଵଲରା ଦିଶାହୀନ ସ୍ବପ୍ନ

         ପାଇବାର ସ୍ବପ୍ନ ପାହାନ୍ତିଆ ନିଦ ପରି

          ଦିଗହରା ମାସ୍ତୁଲ ଉପରେ ଅନନ୍ତ ସମୁଦ୍ର

          ଭାସି ଭାସି ଯାଏ ଜୀବନର ଅନ୍ତିମ ନଉକା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract