ସମୟର ମାସ୍ତୁଲରେ🌋🌋 -
ସମୟର ମାସ୍ତୁଲରେ🌋🌋 -
ଶେଷ ପାହାଚର ସମୟ ସାରଣୀ
ଅଙ୍କା ବଙ୍କା ନଇର ସେପାରେ
ଅଙ୍ଗେ ଲିଭା ବିସ୍ତୃତି ଗର୍ଭରେ
ଛୁଇଁ ଫେରିଯାଏ ଅଣଲେଉଟାଣି
କିଛି କଥା କିଛି ବ୍ୟଥା ସବୁ ସୁନ୍ ସାନ୍
ଅସରନ୍ତି ଭାବନାର ଅଡ଼ୁଆ ସୂତାରେ
ଲମ୍ବିଥାଏ ଅନ୍ତ ସାର୍ ଶୂନ୍ୟ
ସବୁତ ନିର୍ଲିପ୍ତ ଦିଗହରା ଅସରନ୍ତି ଗାଥା
ଆକାଶକୁ ଚାହିଁ ବସେ ନିର୍ଲିପ୍ତ ନୟନେ
ଅସ୍ପଷ୍ଟ ତାରା ମାନେ ମୁରୁକି ହସନ୍ତି
ଅନାବନା ଭାବନାରେ ବୁଡି ଚିନ୍ତା କରେ
ଭାବିବାକୁ ବେଳେ ବେଳେ ଭାରି ଭଲ ଲାଗେ
ଏଠି ସବୁ କଲରା ଵଲରା ଦିଶାହୀନ ସ୍ବପ୍ନ
ପାଇବାର ସ୍ବପ୍ନ ପାହାନ୍ତିଆ ନିଦ ପରି
ଦିଗହରା ମାସ୍ତୁଲ ଉପରେ ଅନନ୍ତ ସମୁଦ୍ର
ଭାସି ଭାସି ଯାଏ ଜୀବନର ଅନ୍ତିମ ନଉକା
