STORYMIRROR

Basanta Kumar Sahoo

Classics

2  

Basanta Kumar Sahoo

Classics

ରାଧା ଗୋବିନ୍ଦ

ରାଧା ଗୋବିନ୍ଦ

1 min
129


    ଆଖି ବୁଜି ଦେଲେ      ଅନ୍ଧାର ଦିଶଇ

           ଖୋଲି ଦେଲେ ତୁମେ ଦିଶ

    ସେ ଯୁଗଳ ମୂର୍ତ୍ତି       ଦେଖି ଆତ୍ମତୃପ୍ତି

           ନିମିଷେ ହୋଇଲି ଵଶ।।

    ଗିରି ଗୋବର୍ଦ୍ଧନ       କାଣି ଆଙ୍ଗୁଠି ରେ

            ଧରି ଥିଲ ନୀଳାମ୍ବର

     ଗୋବିନ୍ଦ ନାମରେ      ରଖିଲେ ମୁରାରୀ

            ବରଷା ସପତ ଦିନ।।

    ଅତି ଶରଧାରେ       ଶରଧାବାଲି ରେ

           ଗଡ଼ିଗଲେ ଦୁଇଥର

     ସାରଙ୍ଗଧର ହେ     କୈବଲ୍ୟ କଣିକା

           ମିଳୁଥାଉ ଵାର ଵାର।।

     ବାଙ୍କି ମୁହାଣ ସେ    କେଡେ ଭାଗ୍ୟବାନ

            ଦାରୁ ରୂପେ ଭଗବାନ

     ଭାସି ଭାସି ଆସି     ଲାଗିଥିଲ ତୁମେ

            ଦାରୁବ୍ରହ୍ମ ନାରାୟଣ।।

     ଭିନ୍ନ ଭିନ୍ନ ରୂପ      ସୁସ୍ଵାଦୁ ବ୍ୟଞ୍ଜନ

            ରୋଷଶାଳାରେ ରନ୍ଧନ

     ଅବଢ଼ା କୋଡୁଆ     କୈବଲ୍ୟ କଣିକା

            ପାଆନ୍ତି ଭକତ ଜନ।।

     ମେଘ ବର୍ଣ୍ଣ ରୂପ      ଖଣ୍ଡୁଆ ପାଟ ରେ

           ଶୋଭା ବନ୍ତ ଚକ୍ରଧର

     କିଣା ଜିଣା ରୂପ      ସତ ଶକ୍ରଚାପ

            ମୋ ମୟୁରୀ ବିମ୍ବାଧର।।

     ମୁଁ ଭଗ୍ନ କୁଟୀରେ     ତୁ ବଡ଼ ଦେଉଳେ

             ପତିତ ପାବନ ନେତ

      ପତିତ ଜନଙ୍କ       ଉଦ୍ଧାରଣ ପାଇଁ

            ନାଶନ ବାନା ଆରତ।।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics