STORYMIRROR

Manorama Mohanty

Abstract

2  

Manorama Mohanty

Abstract

ଯିବି ବୋଲି ଶିରୀକ୍ଷେତର

ଯିବି ବୋଲି ଶିରୀକ୍ଷେତର

1 min
134

ଯିବିବୋଲି ଭାବିଥିଲି ଶିରୀକ୍ଷେତର 

କାଳିଆ ସହିତ ଦେଖା ହେବ ଏଥର 

ଅଧୁରା ରହିଲା ମୋର କାଳିଆ ଦେଖା 

 ଥରେ ହେଲେ କାଳିଆ ର ନାହିଁ ରେ ଡକା 

ଯିବି ଯିବି ହୋଇ ଯାଇ ପାରିଲି ନାହିଁ 

ସତେ କ'ଣ କାଳିଆ ର ପରୀକ୍ଷା ଏହି 

ଯଦି ମୋ ଠାରେ ଥରେ ଲଗାନ୍ତା ଡୋରି 

ମୋଠାରେ କୃପା କରିଣ ଡାକନ୍ତା ପୁରୀ 

ମୋ ଇଚ୍ଛା ଅନିଚ୍ଛା ଭାବ ମୋ ଅହଂକାର 

ସବୁ ଗଢେ ଭାଙ୍ଗେ ସିଏ ତା ଖେଳଘର 

କାହାକୁ ହସାଏ ପୁଣି କାହାକୁ କନ୍ଦାଏ 

ସୁନା ସଂସାର କାର ଚୁନା କରିଦିଏ 

ସବୁ ତାର କରାମତି ମାୟା ଅଗୋଚର 

ଏ ସଂସାର ଭାଙ୍ଗିଗଲେ କି ଯାଏ ତାର 

ହାତ ଗୋଡ଼ ନାହିଁ ଭାବେ ଅଛି ତା ଦୁଃଖେ 

ହସି ହସି ସବୁ ଲୀଳା କରୁଛି ସେ ସୁଖେ 

ଷାଠିଏ ପଉଟି ଭୋଗ ଖାଇ ଆରାମରେ 

ଘୁଙ୍ଗୁଡ଼ି ମାରଇ ଶୋଇ ରତନ ଖଟରେ 

କାହାକୁ ମାରି ତାରିବା ତା ହାତର ଖେଳ 

ସଭିଙ୍କୁ ନଚେଇ ମାରେ ଆସିଲେ ବେଳ 

ଅପ୍ରାଣେ ସେ ପ୍ରାଣକର୍ତ୍ତା କେ ହେବ ସରି 

ଲୀଳାମୟ ଇଚ୍ଛାମୟ ଶ୍ରୀ ଚକ୍ରଧାରୀ 

ତା ଇଚ୍ଛା ରେ ଚାଲେ ଏହି ଧରାମଣ୍ଡଳ 

ହର୍ତ୍ତା କର୍ତ୍ତା ଭାଗ୍ୟବିଧାତା ସେହି ହିଁ ମୋର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract