Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Inspirational

3  

Debabrata Mishra

Inspirational

ଯେବେ ଈଶ୍ୱର ଡ଼ାକନ୍ତି

ଯେବେ ଈଶ୍ୱର ଡ଼ାକନ୍ତି

1 min
126


ଯେବେ ଈଶ୍ୱର ଡାକନ୍ତି

ଅର୍ଦ୍ଧରାତ୍ରୀରେ ଭାଙ୍ଗିଯାଏ ନିଦ

କାନେକାନେ ଶୁଭେ ଓଁକାର ନିନାଦ

ତୁଟିଯାଏ ରହିଥିବା ଯେତେ

ମନ ମସ୍ତିଷ୍କ ବିବେକ ଓ ହୃଦୟ ବିବାଦ  


ଯେବେ ଈଶ୍ୱର ଡାକନ୍ତି

ଭାବନା ପଥରୁ ଦ୍ୱନ୍ଦ୍ୱ ହୁଏ ବିଚ୍ଛେଦ

ପବିତ୍ରତା ଭରେ ଶୁଣି ଆଧ୍ୟାତ୍ମ ସମ୍ବାଦ

ଟାଣିହୁଏ ପ୍ରଭୁପାଖୁ ଏ ଅଧମ

ଜାଣି ସୁଦ୍ଧା ଏ ଶରୀରେ ଭକ୍ତିହୀନ ସ୍ୱାଦ 


ଯେବେ ଈଶ୍ୱର ଡାକନ୍ତି

ତରୁଲତା ହସିଉଠେ ବାସେ ଫୁଲର ସୁଗନ୍ଧ

ଅନ୍ତରାତ୍ମା କରଇ ନୂଆ ଶବଦ

ଉତ୍କଣ୍ଠା ବଢିଚାଲେ ଦର୍ଶନ ପାଇଁ

ହଟିଯାଏ ଯେତେ ସବୁ ଅବରୋଧ  


ଯେବେ ଈଶ୍ୱର ଡାକନ୍ତି

ଅଧର ଓ ନୟନ ସୌନ୍ଦର୍ଯ୍ୟ ଅଗାଧ

ଛଟପଟ ହୁଏ ଯିବାକୁ ପାଦ

ତା' ମୁଖମଣ୍ଡଳ ଦେଖିବାକୁ ଶ୍ରଦ୍ଧା

ସମୟ ହଟାଏ ପ୍ରତିବାଦ। 



Rate this content
Log in

Similar oriya poem from Inspirational