ଉତ୍କଳମଣି ଗୋପବନ୍ଧୁ
ଉତ୍କଳମଣି ଗୋପବନ୍ଧୁ
ଦୀନ ବନ୍ଧୁ ତୁମେ ଦରିଦ୍ର ବନ୍ଧୁ
ଦୁଃଖୀ ବନ୍ଧୁ ତୁମେ ଦରଦୀ ବନ୍ଧୁ
ନବ ଉତ୍କଳର ବିନ୍ଧାଣି ତୁମେ ଗୋ
ଉତ୍କଳମଣି ହେ ଗୋପବନ୍ଧୁ.
ବନ୍ୟା ପ୍ରପୀଡ଼ିତ ଦୁର୍ଗତ ମଣିଷ
ସେବାରେ ନିଜକୁ ହଜାଇ ଦେଲ
ଏକଇରବଳା ଆଖି ବୁଜିଦେଲା
ସେବାକରି ଦୁଃଖ ପାଶୋରି ଦେଲ
ଧର୍ମ ନୁହେଁ ତୁମେ କର୍ମର ବିଶ୍ୱାସୀ
ଅନ୍ଧାରୀ ମୂଲକେ ଆଶାର ସିନ୍ଧୁ
ଉତ୍କଳମଣି ହେ ଗୋପବନ୍ଧୁ ...
ଦିନରାତି ତୁମେ ସ୍ୱପ୍ନ ଦେଖୁଥିଲ
ସ୍ୱାଧୀନ ହୋଇବ କେବେ ଏ ଦେଶ
ସ୍ୱରାଜ ପଥର ସବୁ ଗାଡ ପଛେ
ପୁରୁ ପଡି ତୁମ ହାଡ ମାଉଁଶ
ଦେଶବାସୀ ଚାଲି ତୁମରି ପିଠିରେ
ଦେଖନ୍ତୁ ସ୍ୱାଧୀନ ଭାରତ ଇନ୍ଦୁ
ଉତ୍କଳମଣି ହେ ଗୋପବନ୍ଧୁ,...
ତୁମ ହାତଗଢା ସମାଜ କାଗଜ
ଓଡ଼ିଆ ମନକୁ ନେଇଛି କିଣି
ଖବର ସୂଚନା ସାହିତ୍ୟ ବିଜ୍ଞାନ
ମନୋରଞ୍ଜନର ମହକ ବୁଣି
ତୁମ ପାଦ ଧୂଳି ପ୍ରତି ଓଡ଼ିଆର
କପାଳରେ ଲେଖା ଚନ୍ଦନ ବିନ୍ଦୁ
ଉତ୍କଳମଣି ହେ ଗୋପବନ୍ଧୁ....
ଜଳାଇବା ପାଇଁ ଶିକ୍ଷାର ପ୍ରଦୀପ
ବାଛି ନେଲ ତୁମେ ବକୁଳ ବନ
ପଞ୍ଚସଖାଙ୍କୁ ତ ଏକାଠି କରିଲ
ମଣିଷ ଗଢାରେ ଦେଲ ଧିଆନ
ହେ ଦେଶ ସେବକ ଦିଅ ହେ ଆଶିଷ
ମଥା ନଇଁ ତୁମ ଚରଣ ବନ୍ଦୁ
ଉତ୍କଳମଣି ହେ ଗୋପବନ୍ଧୁ....
