ଉନ୍ମନା
ଉନ୍ମନା
ସତେ... ଏମିତି କାହିଁକି ହୁଏ??
କଞ୍ଚା ଆମ୍ବଟେ ବଜାରେ ଦେଖିଲେ
ମନରେ ବଉଳ ମହକି ଉଠେ
ଖୋଲା ଛାତରେ ଜହ୍ନକୁ ଦେଖିଲେ
ଲଣ୍ଠନ ଆଲୁଅରେ ତା ମୁହଁ ଦିଶିଯାଏ
ବାଡ଼ିରେ ଜହ୍ନିଫୁଲକୁ ଦେଖିଲେ
ଅଗଣା ଚଉରା ମୋର ରଂଗଣୀରେ ଭରିଯାଏ
ଅତୀତକୁ ଅବୋରିବାକୁ ଚେଷ୍ଟାରେ
ସମୟ ଆଇନା ଧରି ଠିଆ ହୁଏ
କହେ,
ଏଯାଏ ରଖିଛୁ ସେ
ଖିଆଲି ପ୍ରଜାପତିଙ୍କୁ ପଞ୍ଜୁରୀରେ
ଯା... ଉଡେଇ ଦେ...
ଏଯାଏ ରଖିଛୁ ସେ
ଶାମୁକା ମାନଙ୍କୁ ତୋ ସିନ୍ଧୁକରେ
ଯା... ଭସେଇ ଦେ...
ଦେଖ...
ରଙ୍ଗ ସବୁର ନୀଳିମାରେ
ଆକାଶଟା ଆକ୍ତାମାକ୍ତା
ସ୍ୱାତୀ ସବୁ ମୁକ୍ତା ହୋଇ
ଶାମୁକା ଗର୍ଭରେ ।।