STORYMIRROR

Jayadev Senapati

Children

3  

Jayadev Senapati

Children

ଉଚିତ୍ ଶିକ୍ଷା...✍️ସାଇଶୁଭମ ସେନାପତି

ଉଚିତ୍ ଶିକ୍ଷା...✍️ସାଇଶୁଭମ ସେନାପତି

1 min
4

୩)କବିତାର ଶୀର୍ଷକ-"ଉଚିତ୍ ଶିକ୍ଷା"

ଶିଶୁ କବି-ସାଇଶୁଭମ ସେନାପତି,ଶ୍ରେଣୀ-୫ମ

--------------------------------------

ପିତା ମାତା ମୋର ପ୍ରଥମ ଶିକ୍ଷକ

                 ତାଙ୍କ ପାଦେ ନମସ୍କାର 🙏

ହାତ ଧରି ମୋତେ ଶିଖାଇଲେ ଲେଖି

                   ଟାଣି ସିଲଟରେ ଗାର ।


ଅ.ଆ ଠାରୁ କେତେ ଯେ ଅକ୍ଷର 

                   ଶିଖାଇଲେ ହାତ ଧରି

ଗୁରୁ ଗରୁଜନେ ଭକତି କରିବା

                    ହୃଦୟେ ହରିଙ୍କୁ ସ୍ମରି ।


ମନରେ କାହାରି ଦେବା ନାହିଁ ଦୁଃଖ

                     ସଭିଏଁ ଆମରି ପ୍ରିୟ

ପ୍ରଭୁଙ୍କର ଆମେ ଉତ୍ତମ ସନ୍ତାନ

                    କରିଥିବା ହୃଦେ ଧେୟ ।


ବିଦ୍ୟାଳୟେ ଯେତେ ଗୁରୁଜୀ ଗୁରୁମା

                    ସର୍ବେ ଆମ ପିତାମାତା

ତାଙ୍କରି ଶିକ୍ଷାକୁ କରି ଆହରଣ

                     ହୋଇବା ଜଗତଜିତା ।


ସ୍ୱଚ୍ଛତାକୁ ଆମେ ନେବା ଆପଣାଇ

                     ଆଳସ୍ୟତା ମନୁ ତେଜି

ହରିଙ୍କୁ ସୁମରି ସୁକର୍ମ କରିବା

                     ପ୍ରତିଜ୍ଞା କରିବା ଆଜି ।

++++++++++++++++++++++++++

🌷🌷🌷🌷🌷🌷🌷🌷🌷🌷🌷🌷

ବିଷ୍ଣୁପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,

ବ୍ଲକ-ଭଣ୍ଡାରିପୋଖରୀ,ଜିଲ୍ଲା- ଭଦ୍ରକ,ମୋ-୯୩୪୮୯୫୯୦୦୮


Rate this content
Log in

Similar oriya poem from Children