ଲୋଭୀ ମଣିଷ......✍️ଜୟଦେବ ସେନାପତି
ଲୋଭୀ ମଣିଷ......✍️ଜୟଦେବ ସେନାପତି
ଲୋଭର ପଥରେ ପଥିକଟିଏ ମୁଁ
ନାମ ମୋ ଲୋଭୀ ମଣିଷ
କ୍ରୋଧ,ଅହଂକାର ,ହିଂସା ,ତିରଷ୍କାର
ଭରା ଏହି ପ୍ରାଣେ ବିଷ ।
କାମନା,ବାସନା ,ମୋହର ଯନ୍ତ୍ରଣା
ଭୋଗୁଛି ନିତି ମୁଁ ଆଜି
ସ୍ୱ।ର୍ଥପରଟିଏ ସଜାଇ ନିଜକୁ
ସଢୁଛି ଲୁହରେ ଭିଜି ।
ନରକ ରାସ୍ତାରେ ପାଦ ଥାପି ଆଜି
ସାଜିଛି ମୁଁ ଦଶ୍ୟୁଟିଏ
ପାପ ପୂଣ୍ୟ ଆଉ ଧର୍ମ ଅଧର୍ମ ର
ପାର୍ଥକ୍ୟ ବୁଝିନି ଯିଏ ।
କ୍ଷଣସ୍ଥାୟୀ ଏହି ନଶ୍ୱର ଶରୀର
ଆଜି ଅଛି କାଲି ନାହିଁ
ତଥାପି ମନଟା ଲୋଭେ କବଳିତ
ବଶିଭୁତ ହୁଏ ନାହିଁ ।
ଦିନ ପରେ ଦିନ ମାସ ପରେ ମାସ
ଗଲାଣି କେତେ ବରଷ
ବାଲ୍ୟ,କୈଶୋର,ଯୈ।ବନ ଦୁର୍ଦ୍ଦଶା
ଦେଖୁଁ ଦେଖୁଁ ହେଲା ଶେଷ ।
ଜୀବନ ବୃକ୍ଷକୁ କାଟୁଅଛି କାଳ
ହସ୍ତେ ଧରି କର୍ମ ଅସ୍ତ୍ର
ପ୍ରାଣର ପକ୍ଷୀଟା ଉଡ଼ିବାକୁ ବ୍ୟଗ୍ର
ହେଉଅଛି ଏବେ ବ୍ୟସ୍ତ ।
ସକଳ ପ୍ରାଣର ମୁକ୍ତିଦାଚା ଯିଏ
ତା'କଥା ଭାବୁନା ଆମେ
ମନୁଷ୍ୟ ଶରୀର ପାଇବା ରହସ୍ୟ
ଆସେନାହିଁ କେବେ ମନେ।
ଆସ ଭାଈମାନେ ବୁଝିବା ନିଜକୁ
ଲିଭିବା ପୂର୍ବରୁ ଦୀପ
ହରିଙ୍କ ପୟରେ ସମର୍ପି ନିଜକୁ
ଧୋଇବା ସମସ୍ତ ପାପ ।।
----------------------------------------------------------------------------
ଶିକ୍ଷକ,ବିଷ୍ଣୁ ପୁର ସରକାରୀ ଉ.ପ୍ରା ବିଦ୍ୟାଳୟ,
ମୋ...୯୩୪୮୯୫୯୦୦୮
