କେମିତି କହିବି ?
କେମିତି କହିବି ?
କେମିତି କହିବି କାଳିଆରେ ତୋତେ
ମୋ ହୃଦୟ ଦୁଃଖ କଥା ,
ତୋବଡ ଦେଉଳେ ମୁହଁ ଖୋଲିବାକୁ
ଲାଜେ ନଇଁଯାଏ ମଥା ।
ତୋର ପଣ୍ଡାମାନେ ସହିପାରନ୍ତିନି
ମୋ ଭକତି ପଣ ଦେଖି,
ଦେଉଳରୁ ମୋତେ ଘଉଡାଇ ଦେଲେ
ସତରେ ମୁଁ କେଡେ ଦୁଃଖି ।
ତୋ ଆଖିରେ ଟିକେ ମିଶିପାରିଲାନି
ଏ ଦୁଃଖିର ପାପୀ ନେତ୍ର,
ତୋ ବଡଦାଣ୍ଡରେ ଦେଖିପାରିଲିନି
ଖୁସୀରେ ତୋ ରଥଯାତ ।
ବଡଦାଣ୍ଡ ଧୂଳି ବୋଳି ପାରିଲିନି
ଶ୍ରଦ୍ଧାରେ ମୁଣ୍ଡରେ ମୋର,
ଟାଣିପାରିଲିନି ତୋ ରଥକୁ ଥରେ
ଏ ପାପୀ ହାତରେ ମୋର ।
ଅଭଡା ଗଣ୍ଡାଏ ଖାଇପାରିଲିନି
ତୋ ରାଜ୍ୟରେ ଜନ୍ମ ନେଇ,
ତୋ ଗରୁଡ ସ୍ତମ୍ଭ ଛୁଇଁ ପାରିଲାନି
ଏ ପାପୀର ହସ୍ତ ଦୁଇ ।
ଏତିକି ମିନତୀ ପାଦତଳେ ଥରେ
ଦେରେ ଶରଣ ମୋତେ,
ମରଣ କାଳରେ ପାଖରେ ଥିବୁ ମୋ
ଦେଖୁଥିବ ଆଖି ତୋତେ ।
ମୁଖେ ଥିବ ମୋ ରାମ ନାମ ସଦା
ଭଜୁଥିବି କ୍ଷୀଣ ସ୍ୱରେ,
ଏତିକି ଇଚ୍ଛା ମୋ ପୂରଣ କରିବ
ହେ ମୋର କଳା ଠାକୁରେ ।।।
ଜୟଦେବ ସେନାପତି,
ଶିକ୍ଷକ,ବିଷ୍ଣୁପୁର ।
