STORYMIRROR

Prativa Das

Romance Others

3  

Prativa Das

Romance Others

ତୁମେ ଥାଅ ସାଥୀ

ତୁମେ ଥାଅ ସାଥୀ

1 min
62


ବରଷେ ପୁରିଲା ବାହାଘର ଆମ 

ମନେ ଅଛି କିବା ନାହିଁ

ରାଗ ରୋଷ ସତ୍ତ୍ୱେ ମିଶିଯାଇଥିଲେ

ମନେ ଅନେକ ଆଶଙ୍କା ନେଇ

ଜାଣିପାରିଲିନି ତୁମ ସାଥେ ପ୍ରିୟ

ବରଷଟେ କେବେ ପୁରା ହୋଇଲା

କେତେ ଝଡ ଝଞ୍ଜା ନ ବୋହିଛି ସତେ

ବିଧାତା କେମିତି ଖେଳ ଖେଳିଲା

ମହାପ୍ରଭୁ ପାଖେ ଏତିକି ମିନତୀ

ଶଙ୍ଖା ସିନ୍ଦୁର ମୋ ବଜର ହେଉ

ତୁମେ ଥାଅ ସାଥି ପାଖେ ପାଖେ ମୋର

ମନେ ମାନ ଅଭିମାନ ନ ରହୁ ଆଉ।


Rate this content
Log in

Similar oriya poem from Romance