STORYMIRROR

Rakesh Ranjan Panda

Romance Fantasy

3  

Rakesh Ranjan Panda

Romance Fantasy

ତୁମେ ପାରିବ ତ ?

ତୁମେ ପାରିବ ତ ?

1 min
187

ତୁମ ନୀଳ ଆଖିର 

ଲାଜୁଆ ଚାହାଣୀକୁ ଚାହିଁ ବସିଥିବା

ଏହି ଚାତକ ପକ୍ଷୀକୁ ଆଜି ସିନା ତୁମ 

ପ୍ରେମ ବର୍ଷାରେ ଭିଜାଇ ଦେଲ 

କିନ୍ତୁ ସାରା ଜୀବନ ସେ ବର୍ଷାରେ

ମୋତେ ଓଦା କରି ପାରିବ ତ ?


ଅନେକ ଆଶା ଓ ଆଶଙ୍କାରେ

ଅନେଇ ବସିଛି ଏ ବେରଙ୍ଗ ଜୀବନ,

ତୁମ ପ୍ରେମ ଫଗୁର ରଙ୍ଗୀନ ସ୍ପର୍ଶପାଇଁ

କେତେ ଯେ ଆତୁର ଆଜି ଏ ମନ ।

ମୋତେ ରଙ୍ଗେଇ ପାରିବତ?


ମୋ ମନ ପ୍ରେମର କୋଣାର୍କ ଆଜି

ଅପେକ୍ଷା କରିଛି ଖାଲି ତୁମକୁ

ପହିଲି କିରଣରେ ଝଲସି ଉଠୁଥିବା

ତୁମ ନବବଧୂ ଭୂଆସୁଣୀ ବେଶକୁ

ମୋତେ ଦର୍ଶନ ଦେବ ତ?


ଅପେକ୍ଷାରେ ତୁମ

 ମୋ ହୃଦୟ ବେଳାର ଶୁଷ୍କ ବାଲୁକା ରାଜି 

ତୁମ ପ୍ରେମଭରା ଜୁଆରରେ ସଦା 

ରୁହନ୍ତି ମୁଁ ଭିଜି ଭିଜି 

ଭିଜେଇ ପାରିବତ ?


ଅପେକ୍ଷାରେ ତୁମ

 ଏ ଲୌହ ଶରୀର

ତୁମ ଚୁମ୍ବକୀୟ ଆକର୍ଷଣେ  

ହଜିବାକୁ ଚାହେଁ ତୁମରି ଭିତରେ

ଏକ ପ୍ରୀତି ଭରା ଆଲିଙ୍ଗନେ

ଦୂରେଇ ଦେବନି ତ?


ନିବୁଜ ଘରର ଧୂଳିଲଗା ଆଇନା 

ତୁମ ଅପେକ୍ଷାରେ ଆଜି 

ଓଦା କେଶ ଚନ୍ଦ୍ରବଦନ ଦର୍ଶନେ

ବଢାଇବ ନିଜ ଯଉବନ ରୂପକାନ୍ତି  

ଭାଙ୍ଗି ଦେବନି ତ?


ମୋ ହୃଦୟ ବଗିଚା ଅପେକ୍ଷା କରିଛି

ତୁମ ପ୍ରେମ ପାରିଜାତ ମହକକୁ,

ମଳୟକୁ ବି ତୁମ ପାଇଁ ଡାକିବି

ମହକାଇବ ସଦା ମୋ ଜୀବନକୁ

ତୁମେ ପାରିବ ତ ?


ମୋ ପାଷାଣ ହୃଦୟ ଅପେକ୍ଷା କରିଛି

ତୁମ ମନ ତୂଣୀରର ମଦନଶରକୁ,

ସେ ଶର ଶଜ୍ୟାରେ ଏଇ ମୋ ଜୀବନ

ପାଉ ତୁମ ସାଥେ ମୋକ୍ଷ ଗତିକୁ ।

ଏତିକି ତୁମେ ପାରିବ ତ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance