STORYMIRROR

Rakesh Ranjan Panda

Abstract

3  

Rakesh Ranjan Panda

Abstract

କ୍ଷତ

କ୍ଷତ

1 min
276

ପାହିଲାଣି କେତେ ରାତି 

ଅସ୍ତ ହେଲେଣି କେତେ ଯେ ସୂର୍ଯ୍ୟ 

ତଥାପି ସ୍ମୃତି ରହିଛି ଜୀବନ୍ତ ,

ଏକ ଅଲିଭା କ୍ଷତର ଚିହ୍ନ ଭଳି 

ଯେଉଁ କ୍ଷତରେ ପୂରି ରହିଛି କେବଳ 

ତୁମ ପାଇଁ ପ୍ରେମ ଓ ପ୍ରଣୟ


ସେ ପ୍ରେମ ପ୍ରଣୟର କ୍ଷତରେ 

ତୁମେ ଲଗାଇଲ ନାହିଁ 

ତୁମ ମନର ବନୋଷଧି,

ବୋଧେ ସାଇତି ରଖିଦେଲ 

ଆଉ କାହାର ଉପଶମ ପାଇଁ 

ଛାଡ଼ିଦେଲ ମୋତେ ଯନ୍ତ୍ରଣା ଜୁଇରେ

ଉପଶମର ପ୍ରତିଶ୍ରୁତି ଦେଇ


ପ୍ରତିଶ୍ରୁତିକୁ ଚାହିଁ ଚାହିଁ 

ବିତିଗଲାଣି ଅନେକ ବର୍ଷ 

ବଢ଼ିଲାଣି କ୍ଷତର ଆୟୁଷ,

ବେଢିଲେଣି ମୃତ୍ୟୁର ଜୀବାଣୁ 

ତୁମ ଶେଷ ଚିକିତ୍ସା ଅପେକ୍ଷାରେ 

ଆଜି ଏ ଗଭୀର କ୍ଷତ


ହେଲେ ତୁମ ବନୋଷଧି ଥିଲା 

ଆଉ କାହା ସେବାରେ,

ଖୋଜୁନାହିଁ ତୁମ ସେ ଚିକିତ୍ସା 

କ୍ଷତ ଏସବୁ ବୁଝିବା ପରେ

ବୋଧହୁଏ ସେ ପାଇଛି ଆଶ୍ୱସ୍ତି

ଆଉ କାହାର ଉପଶମରେ ,

ନେବ ସେ ଆଉ ଏକ ଜନ୍ମ 

ବନୋଷଧି ଅପେକ୍ଷାରେ


କ୍ଷତ ମୋର କର୍କଟ ସାଜି 

ମୋତେ ଆଜି ଦେଇଛି ମୁକତି 

ହେଲେ ତୁମେ ଆଉ ଫେରିଲନି

କଥାଦେଇ ଗଲାପରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract