STORYMIRROR

Samarendra Nayak

Inspirational

2  

Samarendra Nayak

Inspirational

ତୁମେ ମୋ ପାଇଁ

ତୁମେ ମୋ ପାଇଁ

7 mins
13.6K


ତୁମେ ଉଷ୍ମତା ଶୀତ ସକାଳର

ତୁମ କାକର ଟୋପାଟେ

ଶରତ ରାତିର କେତେବେଳେ

ନିଷ୍ଠୁର ଗ୍ରୀଷ୍ମ କେତେବେଳେ

ଅମାନିଆ ଶ୍ରାବଣର ଝର। ତୁମେ

ଦରୋଟି ହସ କଁଅଳ ଶିଶୁର ତୁମେ ସିହରଣ

ପ୍ରଥମ ଯୌବନର ତୁମେ ନିସ୍ତବ୍ଧ ରାତିର

ଝିଙ୍କାରି ସ୍ଵର ପୁଣି

କେବେ ସ୍ଵପ୍ନଟିଏ ନିଘୋଡ ନିଦର।

ତୁମେ ପାଖୁଡାଟେ ଦରଫୁଟା ଫୁଲର

ତୁମେ ସ୍ପର୍ଶଟିକେ ଚଇତି ମଳୟର

କେବେ ଚେନାଏ ଲାଜ ନୁଆବୋହୁ ଓଠର

କେବେ ଗାରେ ଅଳତା କୁଆଁରୀ ଝିଅର

କେତେବେଳେ ରଙ୍ଗୀନ ଓଢଣା

ତଳେ ଦେଖାଦିଅ

କେତେବେଳେ କୋମଳ ପାଦର ପାଉଁଜି

ତଳେ ତୁମେ କେତେବେଳେ ରୁଢିଟିଏ

ସାହିତ୍ୟର କେବେ

କଠିନ ଶବ୍ଦଟିଏ ଇଂରାଜୀର

ତୁମେ ଅସ୍ପଷ୍ଟ ଅକ୍ଷାଂଶ ଭୂଗୋଳର

କେବେ ଅସନ୍ତୁଳିତ ସମୀକରଣ ବିଜ୍ଞାନର

ତୁମେ ଅବୁଝା ଅଙ୍କଟିଏ ମୋ ଗଣିତ ବହିର

କେବେ କଠିନ ଶ୍ଳୋକଟିଏ ସଂସ୍କୃତର

ତୁମକୁ ଅଧିକ ବୁଝିବାକୁ ଚେଷ୍ଟା ନାହିଁ

ମୋର ତୁମେ ଯେମିତି ଅଛ ସେମିତି ଥାଅ

ଖାଲି ଏତିକି ଅନୁରୋଧ

ମୋର ତୁମେ ସ୍ମୃତି ହୋଇ ରହିଯାଅ

ମୋ ଇତିହାସ ପୃଷ୍ଠାରେ

ତୁମେ ୱାଲପେପର ହେଇ ରୁହ

ମୋ ମନ ଡେସ୍କକଷ୍ଟପରେ

ସମରେନ୍ଦ୍ର ନାୟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational