STORYMIRROR

Samarendra Nayak

Action Tragedy

2  

Samarendra Nayak

Action Tragedy

କେମିତି ରହିବି ତୁମ ବିନା

କେମିତି ରହିବି ତୁମ ବିନା

1 min
13.9K


ମନର ମାନସୀ ତୁମେ

ଛାଡି ମତେ ଯାଅନା

ହୃଦୟର ରାଣୀ ମୋର

ପର ମତେ କରନା,

ପର ଯଦି କରିଦିଅ-୨

କେମିତି ରହିବି ପ୍ରିୟା

ମୁଁ ଯେ ତୁମ ବିନା।

ମନ ଆକାଶରେ ତୁମେ

ସ୍ମୃତି ମଧୁ ଜୋଛନା

ସପନର ଇଲାକାରେ

ତୁମେ ପ୍ରିତୀ ମଇନା,

ଉଡି ଯଦି ଚାଲିଯାଅ-୨

କେମିତି ରହିବି ପ୍ରିୟା

ମୁଁ ଯେ ତୁମ ବିନା ।

ତୁମ ଓଠେ ହସ ଟିକେ

ମୋ ପାଇଁ ଭାବନା

ତୁମ ଆଖି ଲୁହ ସାଜେ

ମୋପାଇଁ ବେଦନା,

ଲୁହ ଯଦି ଦେଇଯାଅ-୨

କେମିତି ରହିବି ପ୍ରିୟା

ମୁଁ ଯେ ତୁମ ବିନା।

ଫଗୁଣ ବି ଫିକା ଲାଗେ

ତୁମ ହସ ବିନା ରୁଷି

ତୁମେ ଚାଲିଗଲେ

ଋତୁ ବଦଳେନା,

ତୁମେ ଯଦି ବଦଳିବ-୨

କେମିତି ରହିବି ପ୍ରିୟା

ମୁଁ ଯେ ତୁମ ବିନା।

ଦୁନିଆର ସବୁ ଖୁସି

ଲାଗେ ମତେ ଛଳନା

ବଞ୍ଚିବାଟା ଭାରି କଷ୍ଟ

ତୁମ ପ୍ରେମ ବିନା,

ତୁମେ ଯଦି ଭୁଲିଯାଅ-୨

କେମିତି ବଞ୍ଚିବି ପ୍ରିୟା

ମୁଁ ଯେ ତୁମ ବିନା,

କେମିତି ରହିବି ପ୍ରିୟା

ମୁଁ ଯେ ତୁମ ବିନା।


Rate this content
Log in

Similar oriya poem from Action