STORYMIRROR

Samarendra Nayak

Inspirational Tragedy

2  

Samarendra Nayak

Inspirational Tragedy

ବଞ୍ଚିବାର ବାହାନା

ବଞ୍ଚିବାର ବାହାନା

1 min
13.6K


ତୁମ ପାଇଁ ଯଦି କିଏ ମରିବାକୁ ଥାଏ

ଜୀବନର ବାଟ ତହିଁ ଆପେ ମିଳିଯାଏ।

ଛଳନା ହାଟରୁ ଯଦି ଆଶ୍ୱାସନା ମିଳିଯାଏ

ଜୀବନର ବାଟ ତହିଁ ଆପେ ମିଳିଯାଏ।

ଦୁଃଖରେ ଭରା ଏ ହୃଦୟ ଯନ୍ତ୍ରଣାରେ

ଜର୍ଜରିତ ଦେହ ତଥାପି

ଓଠରେ ଆସିବ ହସ ଯଦି

ଆପଣାର କେହି ଦେଖା ହେଇଯାଏ।

ପ୍ରତାରଣାର ପାନ୍ଥଶାଳାରେ ଯଦି

ପ୍ରେମ ସହ ଭେଟ ହେଇଯାଏ

ବଞ୍ଚିବାର ବାହାନାଟେ ଆପେ ମିଳିଯାଏ।

ଜୀବନର ଦୋଛକିରେ ସ୍ୱାର୍ଥପରତାର ଗଳିରେ

ଯଦି ଆଶାର ଖଦ୍ୟୋତିକା ବି ଦେଖା ହେଇଯାଏ

ବଞ୍ଚିବାର ବାହାନାଟେ ଆପେ ମିଳିଯାଏ।

ସମରେନ୍ଦ୍ର ନାୟକ

ମାଳପୁରା, କାମାକ୍ଷାନଗର,

ଢେଙ୍କାନାଳ୯୮୫୩୬୩୯୭୮୧


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational