STORYMIRROR

Mahima 🦋🦋 Maahi🦋🦋

Inspirational

3  

Mahima 🦋🦋 Maahi🦋🦋

Inspirational

ତୁମ ପାଇଁ ପଦେ

ତୁମ ପାଇଁ ପଦେ

1 min
250

   ମୁଁ ସେଇ ସ୍ଵପ୍ନ ରାଇଜ ର

 ଅଧିବାସୀ ହେବାକୁ ଚାହେଁ

ସେଇ ମରୁଭୂମିର ପଥିକ 

ହେବାକୁ ଚାହେଁ

ଯେଉଁ ଜାଗାରେ ତୁମର ମହତ୍ଵ ଥିବ

ତୁମେ ଉପସ୍ଥିତ ଥିବ।


   ଜହ୍ନ ରାଇଜ , ସ୍ବର୍ଗ ସଂଜୀବନୀ

ଏସବୁ ଉପରେ ହୁଏତ ମୁଁ କେବେ

ବିଶ୍ୱାସ କରେନା।

କିନ୍ତୁ ସେ ମେଘଦୂତର କାହାଣୀ

ଆଜି ବି ମୋତେ ଭଲ ଲାଗେ।

ଭଲ ଲାଗେ ସେହି ପ୍ରକୃତିର  

ଅପରୂପ ସୌନ୍ଦର୍ଯ୍ୟ


ଯେଉଁଠି ପ୍ରତ୍ୟେକ ଖ୍ୟଣେ

ମୁଁ କେବଳ ତମକୁ ଖୋଜେ।

   ମୋ ଅନ୍ତର ଭ୍ରମିତ ଭ୍ରମର ସାଜେ।


   କୁହାଯାଏ ଆକାଶ ଓ ପୃଥିବୀ ର

କେବେ ମିଳନ ସମ୍ଭବ ନୁହେଁ

କିନ୍ତୁ ମୁଁ ଭାବେ ଯେ ମିଳନ

ବିରହ ବେଦନା ଭୋଗିବାର

ପ୍ରଥମ ପାହାଚ

ଯଦି ସତରେ

କିଏ କାହାର ଅନ୍ତରଙଗ ବନ୍ଧୁ ଥାଏ।


ତାହେଲେ ସେ ପାଖରେ ଥିବା

ଅପେକ୍ଷା

ଦୂରରେ ଥାଇ ମଧ୍ୟ ନିଜ ବନ୍ଧୁ ର

ସୁଖ ଦୁଃଖ ରେ ଭାଗିଦାର

ହୋଇପାରିବ


ତା ମନରେ ବନ୍ଧୁତା ର ମହତ୍ଵ ରଖି

ଜୀବନ ସାରା ବଞ୍ଚି ରହିବ।

ଦୁନିଆରେ ପ୍ରତ୍ୟେକ ମଣିଷ

ଏକାଠି ରହିବା ର ଆବଶ୍ୟକତା 

ନଥାଏ

ଦୂରରେ ଥାଇ ମଧ୍ୟ ଭାବନା ର 

ଆଦାନ ପ୍ରଦାନ ହୋଇପାରେ।


ଜୀବନ ଜିତିବାର କଳା

ବିଭିନ୍ନ ଫୁଲରେ ଗୋଟିଏ ମାଳା

ସମ୍ଭବ ନୁହେଁ ବନ୍ଧୁ ବିନେ

ସେ ଅଜଣା ପଥ ର

ଜଣେ ଜଣାଶୁଣା ସହପଥି,

ଶଖା ସହୋଦର ଓ

ବନ୍ଧୁ କରିଥିଵା ପାପ ପୂଣ୍ୟର

ସେ ଏକା ମୂକ ସାକ୍ଷୀ



 






    





   




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational