STORYMIRROR

Mahima Rana🦋,,,,🦋

Tragedy

4  

Mahima Rana🦋,,,,🦋

Tragedy

ଜଂଜାଳ..

ଜଂଜାଳ..

1 min
5

ତୁ ସ୍ୱର୍ଗଦ୍ୱାର ଯାଏ ଯିବା କଥା ପଚାରୁଛୁ
ମୁଁ ଆଜିବି ବନ୍ଧା ପଡିଚି ମୋ ଘରେ।
ଘର,ସଂସାର, ମାନ, ମହତ ଭିତରେ ଏମିତି ହଜିଛି 
ମୃତ୍ୟୁ କଥା ଭାବିବା ପାଇଁ ସମୟ ନାହିଁ 
ମୋ ହାତ ମୁଠାରେ..

ତୁ ଜୀବନକୁ ଏକା ଜିଇଁବା କଥା କହୁଛୁ 
ମୋ ହୃଦୟ ଥରି ଉଠେ ମୋ ଆପଣା ଲୋକଙ୍କ ଠୁ ଦୁରେଇ ଯିବା ଭୟରେ..

ଧୂଳି, ମଳି, ଅଳନ୍ଧୁ ଲାଗିଯାଇଥିବା
କୋଠରୀ ଭିତରେ 
ମୁଁ ଟିକେ ଅତ୍ମୀୟତା ଖୋଜେ 

ତୁ ଶାନ୍ତି ପାଉ ନୂଆ ଘର ଚକ୍-ଚକ୍ କୁ ଦେଖି 
ମୋ ଶାନ୍ତିର ଠିକଣା ଆଜି ବି ସେ ମୋର ସଠିଘର ମାଟି..

ତୁ କହୁ କେମିତିକା ଭୀରୁ ସେ ଯେ 
ଏକା କରି ଚାଲିଗଲେ ତୋତେ 
ମୁଁ ଜାଣେ ମୋ ପୂର୍ବପୁରୁଷଙ୍କ ତ୍ୟାଗ ପରୋପକାର ଇତିହାସ 
ଆଉ ଗର୍ବ କରେ ମୁଁ ଯେ କଣିକା ସେହି ରକ୍ତର..

ତୁ ଶୁଣୁ ସବୁବେଳେ ମୋର ଅଳି ଅର୍ଦଳୀ ସ୍ନେହକାଙ୍ଗାଳି ସ୍ୱର 
ମୁଁ ଦେଖେ ଆଇନାରେ ଗୋଟେ , ଦାୟିତ୍ୱ ଆଗରେ କେବେ ହାର ମାନୁ ନ ଥିବା ଝିଅ ର ମୁହଁ.. 

ଯିଏ ଫି ଥର କୁହେ ସ୍ୱର୍ଗଦ୍ୱାର ଯିବା ପ୍ରୟୋଜନ ନାହିଁ ମୋର 
ମୋତେ ପ୍ରିୟ ମୋର ତେଲ ଲୁଣ ର ସଂସାର....
ସ୍ୱର୍ଗଦ୍ୱାର ଯିବା ପ୍ରୟୋଜନ ନାହିଁ ମୋର.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy