STORYMIRROR

Mahima 🦋🦋 Maahi🦋🦋

Others

3  

Mahima 🦋🦋 Maahi🦋🦋

Others

ଅଭୁଲା ଅତୀତର ବ୍ୟଥା

ଅଭୁଲା ଅତୀତର ବ୍ୟଥା

1 min
168

ଅନ୍ଧାର ରାତିରେ ପଲଙ୍କର

ଗୋଟିଏ କୋଣରେ

ନିତି ବସି ତୁମେ ଲୁହ ଝରାଅ।

ସକାଳୁ ଉଠିଣ ହସ ହସ ମୁହେଁ

ସଭିଙ୍କୁ ନିଦରୁ ଉଠାଅ।

   

ଦିନେ ନୁହେଁ କି ବର୍ଷେ ନୁହେଁ

ଦୀର୍ଘ ଦଶବର୍ଷ ବିତିଗଲାଣି 

ସେ କଥାକୁ

ତୁମ ସୁନା ର ସଂସାର

ମାଟି ରେ ପରିଣତ ହେବାକୁ ।


ସମ୍ପର୍କର ଡୋରି ଛିଣ୍ଡିଵାକୁ 

ସମୟ ଲାଗେନା

ତୃଷାର୍ତ୍ତ ବ୍ୟକ୍ତି ବି ମରୁ ବାଲିରେ

କେବେ ନିର ଖୋଜେ ନାଁ ।


ଜାଣି ନ ଥିଲି ସେଦିନ 

କଥା ପ୍ରତିଖ୍ୟଣେ ଦୋହଲାଉଛି

ତୁମ ମନ କୁ

ଯଦି ସମ୍ପର୍କର ଡୋରି କିଣି ହେଉଥାନ୍ତି

ତାହେଲେ କିଣି ଦେଇଦିଅନ୍ତି

ଉପହାର ତୁମ କୁ

ହେଲେ ଏହା ଅସମ୍ଭବ ଅର୍ଥହୀନ

ଆଉ ମୁଁ ଆଜି ନିରୁପାୟ

ତୁମ ଦୁଃଖ ଦୂର କରିବାକୁ ଅସମର୍ଥ 

କାହିଁକି ମୁଁ ଜାଣେ ନା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍