STORYMIRROR

Mahima 🦋🦋 Maahi🦋🦋

Others

4  

Mahima 🦋🦋 Maahi🦋🦋

Others

ତୁମର ମୋର ସମ୍ପର୍କ ଓ ଏ ସମାଜ

ତୁମର ମୋର ସମ୍ପର୍କ ଓ ଏ ସମାଜ

1 min
230

ଦୀପଟିଏ ପରି ମୁଁ ଜଳିଯାଉଥିଵି

ଆଉ ତୁମେ ଘିଅ ହୋଇ 

ମୋର ଅସ୍ତିତ୍ବ ରକ୍ଷା କରିଚାଲିଥିବ ।


 ମୁଁ ନିଆଁର ତେଜରେ କଳା ପଡୁଥିବି

ତମେ ଆଉ କ୍ଷଣେ ଜଳି ଏ ଜଗତର

ଅନ୍ଧାରକୁ ଦୂର କରିବାପାଇଁ ମୋତେ

  ଅନୁରୋଧ କରୁଥିବ ।


ଏ ନିଷ୍ଠୁର ସମାଜକୁ ଆମ ବେଦନା

ଆମ ତ୍ୟାଗର ବାର୍ତ୍ତା 

ନାଁ ମୁଁ ଦେଖିପାରୁଥିଵି, ନା ତୁମେ

ସେମାନେ ଆମ ତ୍ୟାଗର ଆନନ୍ଦ

ଉଠେଇ ଚାଲିଥିବେ ।


ମୋ ଦେହରେ ଲାଗିଥିବା ଶିଖାଟି

ଧିରେ ଧିରେ କ୍ଷୀଣ ହେଉଥିବ

ଲିଭିବା କୁ ଲାଗିଥିବ ।


ଶରୀର ଟି ମୋର ଯେବେ 

ସେ ଶିଖା କୁ ତୋଳି ଧରିବା ପାଇଁ

ଅସମର୍ଥ ହେବ

ସେହି ସ୍ଥାନରେ ପାଉଁସ ରୂପରେ 

ମୁଁ ପଡିରହିଥିବି।

ଓ ସେତେବେଳେ ତୁମେ ମଧ୍ୟ 

ସେ ସ୍ଥାନରେ ଲିନ ହେଇଯିବ ।


କାହିଁକି ନା ତୁମେ ହିଁ ଦିନେ ମୋତେ

କଥା ଦେଇଥିଲ ଯେ

ଜୀବନର ପ୍ରତ୍ୟେକ ପରିସ୍ଥିତିରେ

ମୋ ସାଥୀ ହୋଇ ଚାଲିଥିବ

ମୋ ହାତ ଧରି ଚାଲୁଥିବ ।


Rate this content
Log in