STORYMIRROR

Mahima 🦋🦋 Maahi🦋🦋

Others

3  

Mahima 🦋🦋 Maahi🦋🦋

Others

ଆଜି ମୁଁ ଅଲୋଡା

ଆଜି ମୁଁ ଅଲୋଡା

1 min
212

ଯୁବାବସ୍ଥାରେ ପିଲାଦିନ ଖୋଜେ

ବୃଦ୍ଧ କାଳେ ଯଉବନ

ଜୀବନର ଆଜି ଆସନ୍ନ ଅପରାହ୍ନେ

ମୁଁ ଖୋଜୁଅଛି ଗୋଟେ ଶାନ୍ତିର ସ୍ଥାନ।


ବୟସ ମୋର ଯେତେ ସରଗ ଛୁଉଁଛି

ସପନ ମୋର ସେତେ ଭାଂଗି ଚୁରମାର ହେଉଛି ।


ଧନଦଉଲତ ଲୋଭଦେଇ

ଯାହାକୁ ବାନ୍ଧି ରଖିଥିଲି

ଆଜି ମୋ ବନ୍ଧନରୁ ମୁକୁଳି

ନିଜର ଏକ ସ୍ବତନ୍ତ୍ର ବସା ସେ 

ତିଆରି କରୁଛି ।


ଯେଉଁଠି ସମସ୍ତଙ୍କ ପାଇଁ ଜାଗା

ସେ ରଖିଛି

ଖାଲି ବାଦ୍ ପଡ଼ିଯାଇଛି ମୁଁ

କାହିଁକି ନା ଆଜି ମୁଁ ଅଲୋଡା ।


ଏକାକରି ସେ ଯେ ଗଲାମୋତେ ଚାଲି

ନିଜ ଆପଣାର ଲୋକ ସାଥେ

ଭୁଲିଗଲା ସେ ଯେ ମୁଁ ବି

କେବେ ତାର ଆପଣାର ଥିଲି

ତେଣୁ କରି ବୋଧେ 

ଦିନେ ସେ ବାପା ଡାକୁଥିଲା ମୋତେ

ହେଲେ ଆଜି ମୁଁ ଅଲୋଡା ।



Rate this content
Log in