STORYMIRROR

Rana Surya

Romance Classics

3  

Rana Surya

Romance Classics

ତୁମ କଥା ମନେ ପଡେ

ତୁମ କଥା ମନେ ପଡେ

1 min
304

ଲାଳିମା ପୂର୍ଣ୍ଣ ସକାଳର ପହିଲି କିରଣରେ

ଅନେକ କିଛି ଲେଖିବାକୁ ଚାହିଁଲେ ବି ଲେଖି ପାରେନି

ଜାଣେନି କିପରି ଏ ଭାବପ୍ରବଣତା

ଅସଂଖ୍ୟ ଆପଣାର ସହ ରହି ବି ଶୁଣାଇ ପାରିନି

ଏ ହୃଦୟର ନିରବତା 

ସ୍ୱପ୍ନ ଆଉ ବାସ୍ତବତାର ଲଢେ଼ଇ ରେ ସ୍ୱପ୍ନ ମାରିନିଏ ବାଜି

ମନ ସିନା ମାନିନିଏ ହେଲେ ହୃଦୟଟା ହୁଏ ନାହିଁ ରାଜି

ଯଦି ମୁଁ ଥିଲି ତୁମର ପ୍ରିୟ ତାହେଲେ ମୋ ଠାରୁ ଦୁରେଇ ଗଲ କାହିଁକି

ସ୍ୱପ୍ନ ପରେ ସ୍ୱପ୍ନ ସଜାଇ ମାଆ ପରି ମମତା ଦେଇ ଲୁଚିଗଲ କାହିଁକି

କେହି ନ ଜାଣିଲେ ବି ତୁମେ ତ ଜାଣିଥିଲ ଏ ହୃଦୟଟା ଅବୁଝା ବୋଲି

ସବୁ ଜାଣିଶୁଣି ହୃଦୟକୁ ମୋର ଏକା କରିଗଲ କାହିଁକି

ସ୍ୱପ୍ନ ତ ତୁମେ ଦେଖେଇଥିଲ ପୁଣି ତୁମେ ଭାଙ୍ଗିଦେଲ

ସୁଖ ଅନେକ ଆଉ ଦୁଃଖ ଅସୁମାରୀ ଦେଲ

ପ୍ରେମର ସ୍ୱାଦ ଚଖେଇ ପୁଣି ବିଷ ଭରି ଦେଲ

ଅଳ୍ପ ହସେଇ ଅନେକ କନ୍ଦେଇଲ

ହୃଦୟକୁ ଭାଙ୍ଗି ମୋର ପୁଣି ସେଇ ହୃଦୟରେ ରହିଗଲ

ଅନେକ ଥର ଭୁଲାଇବାକୁ ଚାହିଁଛି ମୁଁ ତୁମକୁ

ହେଲେ ତୁମେ ବେଶି ବେଶି ମନେ ପଡ଼

ତୁମେ ବିନା ପାହାନ୍ତି ସକାଳର ସ୍ୱପ୍ନ ପରି ଥିଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance