STORYMIRROR

Rana Surya

Romance Classics

3  

Rana Surya

Romance Classics

ତୁମେ ଗଲାପରେ

ତୁମେ ଗଲାପରେ

1 min
275

ତୁମେ ଗଲା ପରେ ସତେ କି

ଅଟକି ଯାଇଛି ସମୟ,

ମୁଁ ଆଉ ମୁଁ ହେଇ ନାହିଁ

ବଦଳି ଯାଇଛି ମୋ ପରିଚୟ,

ସକାଳର ପହିଲି କିରଣରେ ତୁମେ ଆସ

କରି ମୋର ମଥା କୁ ଚୁମ୍ବନ

ପୁଣି ସେ ଖିଲି ଖିଲି ହସ,

ଏବେ ସେ ସବୁ ଲାଗେ ସ୍ୱପ୍ନ ଭଳି,

ତୁମେ ଗଲା ପରେ ମୋ ଦୁନିଆ

ପୂରା ଯାଇଛି ବଦଳି,

ସମୟ ଭି ଖେଳୁଛି ଲୁଚକାଳି,

ଅଜାଡି ଦେଉଛି ଦୁଖଃ କୁଢ଼ କୁଢ଼

ବୋଧେ ତୁମକୁ ଭଲ ପାଇଥିଲି ବୋଲି,

ସ୍ୱପ୍ନ ଯାହା ଥିଲା ସବୁ ଏବେ ଲାଗେ ଫିକା ଫିକା

ଚାଲିକି ପାରିବି କୁହ ଜୀବନ ରାସ୍ତା ଏକା ଏକା,

ସମ୍ପର୍କର ସୂତା ଖିଅ ଏମିତି ଛିଡିଲା

ଖୁସିର ମହଲ ଦେଖି ମୋର

ଉପରବାଲା ସହି ନ ପାରିଲା,

ଛଡାଇ ନେଲା ମୋ ଖୁସି କେଇ ନିମିଷ ରେ

ମୋର କୋଉଠି ଭୁଲ ରହିଗଲା ବୋଧେ,

ତୁମ ଭାଗର ସମୟ ଆଜି ସେମିତି କଟୁଛି

ଅଗଣିତ ତାରା ମଧ୍ୟେ ତୁମକୁ ଖୋଜୁଛି,

ସ୍ମୃତି ସବୁ ତୁମ ହୃଦୟେ ସାଇତା ରହିଛି

କେଇ ଫର୍ଦ୍ଦ ନିତି ପଢି ପୁଣି ଭାବନାରେ ଡୁବୁଛି,

ଜାଣିଛି ଫେରିବନି ତୁମେ କେବେ ମୋ ପାଶେ

ହେଲେ ଆଜି ବି ଏ ହୃଦୟ ତୁମକୁ ଝୁରୁଛି,

ତୁମ ବାଟ ଚାହିଁ ବସିଛି...

ଫେରି ଆସ ପ୍ରିୟା ତୁମେ ପୁଣିଥରେ

ତୁମ ବିନା ଜୀବନ ଟା ଲାଗେ ଶୂନ ଶୂନ ରେ,

ଭୁଲ ଯଦି ଅଛି ମୋର ଦିଅ ମତେ ଶାସ୍ତି

ଫେରେଇ ଦିଅ ମୋ ଓଠର ହସ

ଆଉ ମୋ ଜୀବନର ଖୁଶି ...।।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance