ତୁ ତ ମୂତୁରା ମୁଁ ଥ ମୂତୁରା
ତୁ ତ ମୂତୁରା ମୁଁ ଥ ମୂତୁରା
ତୁ ତ ମୂତୁରା ମୁଁ ତ ମୂତୁରା
ଚଦର ଧୂଆ ଥାଉ
ସଲା ସୁତୁରା ଜୀଇବା ଭଲ
ଏତିକି କାମ ହେଉ !
ପଛ କଥାକୁ ନ କରି ଘେନା
ପକାଇଦେବା ତାଳି
ସରୁ ଚାହାଣି ମୁହଁକୁ ଦେଖି
ହୋଇବା କୋଳା କୋଳି !
ଆମ ରଚନା ମନ୍ଦକୁ ନାହିଁ
ଭଲକୁ ସବୁ କହି
ଗୁମାନ ଯାହା ଫିଟାଇଦେବା
ମେଲାଇ ସୁଖ ବହି !
ଖାଇବା ସାଥେ ପିଇବା ଟେକି
ନାଚିବା ଖୁସି ନାଚ
ମଥାରେ ଯାହା ଢିଲାଟା ଥିଲା
ମାରିବା କାଳେ ପେଚ !
ଦାନ୍ତ ନେଫଡ଼ି ଦେଖେଇହେବା
ଉଠାଇଦେବା ଛବି
ନିଜକୁ ନିଜେ ଡାକ ଛାଡ଼ିବା
ଦେଖ ହେ ଆମେ କବି !
ଦୁନିଆ ଦେଖୁ ଛଇଳ ଢଙ୍ଗ
ମନକୁ ଆମେ ଆଛା
ପଛକୁ ପଛେ ଆମରି ନାଆଁ
ଗପନ୍ତୁ ଯା'ର ଇଛା !
ଖାତିରି ନାହିଁ ଥୋବଡ଼ା ପଣେ
ଆଗକୁ ଯିବା ମାଡ଼ି
କାହା ଦିହରେ ଗୋଡ଼ଟା ବାଜୁ
ଥରୁନି ଆମ ନାଡ଼ି !
