STORYMIRROR

Balabanta Sahu

Tragedy

2  

Balabanta Sahu

Tragedy

ତୁ ବି ଅଟୁ ମୋ ମାଁ

ତୁ ବି ଅଟୁ ମୋ ମାଁ

1 min
13.8K


ହୃଦୟ ନିର୍ଦ୍ଦେଶେ ବାହାରିଲି ଘରୁ

ପହଞ୍ଚିଲି ରାଜପଥେ

ଦେଖିଦେଲି ଯାହା ନୟନ ଦୁଇ ରେ

ଅକାଳ ଚଡକ ସତେ ॥୧॥

ନେତ୍ର ଦ୍ୱୟ ତା’ର ଦୁଇ ଗୋଟି ଖାତ

ଭରିଛି ବନ୍ୟାରେ ସତେ

ପିନ୍ଧା କନା କଥା କି ଆଉ କହିବି

ଢାଙ୍କି ବି ହେଉନି ଦେହେ ॥୨॥

ହାତ ଗୋଡ ତିନି ଭଙ୍ଗା ହାତ ଛାଡି

ସତେକି କ୍ରିକେଟ ଷ୍ଟମ୍

ପଡିଛି ଯେମିତି ବାଜିଅଛି ବଲ

ଉଠିବାକୁ ନାହିଁ ଦମ୍ ॥୩॥

ମୁଖ ତା’ର ପରା କଙ୍କାଳ ପରିକା

ଅଶ୍ରୁଭିଜା ସେଇ ଆଖି

ପୁରା ଦେହ ଲାଗେ ସଢା ଶବ ପରି

କାନ୍ଦେ ପ୍ରାଣ ମୋର ଦେଖି ॥୪॥

ହୃଦୟ ମୋହର ନପାରେ ସମ୍ଭାଳି

ରଡି ଛାଡେ ମାଆ ମାଆ

ନଦେଲେ ଜନମ ସହୁଛୁ ସରବ

ତୁହି ବି ଅଟୁ ମୋ ମାଆ ॥୫॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy