Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sarat Jal

Children

3  

Sarat Jal

Children

ଟୋପାଏ ଲୁହ

ଟୋପାଏ ଲୁହ

1 min
6.7K


ଆଖି ଝରଣାରୁ ଝରିଗଲେ ଲୁହ

ହୃଦୟଟା ହୁଏ ହାଲ୍ କା

କେବେ ସେଇ ଲୁହ ଅଭିମାନ କରେ

ଯେମିତି ଅବୁଝା ପ୍ରେମିକା ॥

ଲୁହ ଆସେ କେଉଁ ଅଜଣା ଜାଗାରୁ

କିଏବା ଜାଣିଛ କୁହ

ଆଖି ବାଟ ଦେଇ ପଦାକୁ ଆସିଲେ

ଓଦା ହେଇଯାଏ ମୁହଁ ॥

ଲୁହର ଠିକଣା ଲୁହତ ଜାଣେନା

ଜାଣିଛ କିଏ ସେ କୁହ

ଥରେ ଯେ କାନ୍ଧିଛି ତାକୁ ପଚାରତ

କ'ଣ କହେ ଏଇ ଲୁହ ?

ଉଷୁମ ଉଷୁମ ଲୁହ ଟୋପା ଯେବେ

ପିଇ ଯାଏ ଶୁଷ୍କ ଓଠ

ଶୁଖିଲା ଓଠରେ ଲୀନ ହେଇ ଯାଏ

ଲୁହର ଶିଉଳି ତୁଠ ॥

ପାପୁଲିରେ ଲୁହ ଧରାଦିଏ ନାହିଁ

ଭିଜି ଯାଏ ରୁମାଲଟା

ପ୍ରତିଶୋଧ ନିଏ ଟୋପାଏ ଲୋତକ

ଭାଙ୍ଗିଯାଏ ସପନଟା ॥

ଶରତ ଚନ୍ଦ୍ର ଜାଲି

ତା:୧୧/୭/୧୮


Rate this content
Log in