STORYMIRROR

LALIT MOHAN DASH

Comedy Tragedy

4  

LALIT MOHAN DASH

Comedy Tragedy

ଟିକିଏ ଚୁପ୍ ରହିବୁ?

ଟିକିଏ ଚୁପ୍ ରହିବୁ?

1 min
373


ତୁ ଆହୁରି ଛୋଟ ପିଲା 

ଟପର ଟପର ବେଶୀ ହୁଅ ନାହିଁ 

ସମସ୍ତଙ୍କୁ ଦେଖେ ସମସ୍ତଙ୍କୁ ଶୁଣ 

କିଛି ଶିଖେ ବଡମାନଙ୍କଠୁ 

ହଁ ବଡ କିଛି ଭୁଲ ବି କହିଲେ 

ଚୁପ୍ ଚାପ୍ ହୋଇ ଶୁଣିବୁ 

କିଛି ରିଏକ୍ଟ କରିବୁନି 


ଏବେ ତୁ ଆଉ ଛୋଟ ନୋହୁଁ 

ବିବାହ ବୟସ ହୋଇଗଲା 

ଏବେ ତୁ ସହିବା ଶିଖେ 

ଚୁପ୍ ରହିବା ଶିଖେ 


ଏଇଟା ତୋର ନୂଆ ଜୀବନ 

ତୋରି ଘର 

ତୋରି ନିଜର 

ମାଆ ଘରଠୁ ବଳି ଶାଶୁ ଘର 

ଝିଅ ଥିଲୁ ବୋହୁ ହେଲୁ 

ନେଇ ବହୁ ଦାୟିତ୍ୱ 

କେହି କିଛି କହିଲେ କିଛି ନ କୁହ 

ସେମାନଙ୍କ ବୟସ ହେଲାଣି ଶୁଣି ଚୁପ୍ ଚାପ୍ ରୁହ 


ଏବେ ତୁ ମାଆ ହେଇ ଗଲା ପରେ 

ତୋହରି ଦାୟିତ୍ଵ ବେଶ୍ ବେଶି 

ଆଜିର ପିଲାଙ୍କ କଥା ଧରିବୁନି 

ଏବେ ଶାଶୁ ହେଲୁ 

ଝିଅ ଜ୍ୱାଇଁ ଆସିଛନ୍ତି 

ପଦା ଘରର ଝିଅ ବୋହୁ ହୋଇ ଆସିଛି 

କିଛି କେବେ ତାଙ୍କୁ ରାଗି କହି ଦେବୁନି 

ଏବେ ଆଉ ପୁରୁଣା ଯୁଗ ନାହିଁ 

ଚୁପ୍ ଚାପ୍ ରହିବୁ ତାଙ୍କ ସାମ୍ନାରେ


ଆଉ ତମରି ଅବସ୍ଥା ଭଲ ନାହିଁ 

ସବୁ ଯେତେ କହୁଛନ୍ତି ସେତିକି କର 

ଯାହା ଜୀବନ ଅଛି 

ଜଗାକୁ ଡାକ

ରାମ ନାମ ଜପ


ଆଜି ଅନ୍ତିମ ଯାତ୍ରା 

ସବୁ କାହିଁକି କହୁଛନ୍ତି 

କିଛି କହିବାକୁ 

ସବୁ ଆଜି ଶୁଣିବାକୁ ଚାହୁଁଛନ୍ତି 

ଦବେଇ ରଖି ଥିଲେ ଯେଉଁମାନେ 

ଆଜି ପଚାରନ୍ତି ମୁଁ କାହିଁକି ଚୁପ୍ 

ମୁଁ କିନ୍ତୁ ଆଜି ସତରେ ଚୁପ୍ 

ଚୁପ୍ ଚାପ୍ ମୋ ଅନ୍ତିମ ଯାତ୍ରାରେ



Rate this content
Log in

Similar oriya poem from Comedy