STORYMIRROR

Manorama Mohanty

Abstract

2  

Manorama Mohanty

Abstract

ଟିକି ଅଳି ମୋର ଶୁଣ

ଟିକି ଅଳି ମୋର ଶୁଣ

1 min
103

ଟିକି ପିଲା କରି 

ମୋତେ ତ ଗଢିଛ 

     ଟିକି ବୁଦ୍ଧି ଟିକେ ଦେଇ 

କି ଅବା କରିବି 

ସେ ଟିକି ବୁଦ୍ଧିରେ 

    କିଛି ବୁଝିପାରୁ ନାହିଁ


ଅଳି ମୁଁ କରୁଛି 

ଟିକି ହାତ ଯୋଡି 

     ଭଲବାଟ କାହିଁ କୁହ 

ଗଲେ କେଉଁ ବାଟେ 

ଦେଖି ମୁଁ ପାରିବି 

     ତୁମ ର ସେ କଳା ମୁହଁ


ଦେଇଛ ଯଦି ମୋ 

ଟିକି ଓଠେ ହସ 

     ସବୁବେଳେ ଝରୁଥାଉ 

ଦୁଃଖୀ ରଙ୍କି ସେବା 

କରିବାକୁ ମନ 

     ସଦା ଆଗଭର ହେଉ


ଅସୁମାରୀ ବଳ 

ଭରିଦିଅ ପ୍ରଭୁ 

    ଦୁଇ ଟିକି ହାତେ ମୋର 

ଜୀବନେ ମୋ ବ୍ରତ 

ହେଉ ଦେଶ ହିତ 

     ବୀର ସୈନିକଟେ କର


ଟିକି ମନେ ମୋର 

ନ ଲଗା କଳୁଷ 

    ଭରିଦିଅ ବାସନା ରେ 

ଗୁରୁ ଗୁରୁଜନ 

ଭକତି ସମ୍ମାନ 

     କରୁଥିବି ଆଦର ରେ


ସତେ ଯଦି ପ୍ରଭୁ 

ତୁମେ ଦୟାମୟ 

    ଏତିକି ସୁଦୟା କର 

ଭଲ ମଣିଷ ଟେ 

କରିବ ଠାକୁରେ 

     ଟିକି ଅଳି ଏହି ମୋର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract