STORYMIRROR

Dr.Soumya Ranjan Khatua

Tragedy

3  

Dr.Soumya Ranjan Khatua

Tragedy

ତଥାପି ମୁଁ ରଜର କୁମାରୀ

ତଥାପି ମୁଁ ରଜର କୁମାରୀ

1 min
218


ଶୁଣିଲି ମୁଁ ସୁମଧୁର ଗୀତଟିଏ ଦୂରଦର୍ଶନ ପରଦାରେ,

ବନସ୍ତେ ଡାକିଲା ଗଜ ପୁଣି ଆସିଛି ରଜ ବରଷ ପରେ,

ଆଜି ହେବା ସଜବାଜ ଲୋ ପହିଲି ରଜ କାଲି ଆସେ ରେ,

ମନ ହେଲା ଛନ ଛନ ବୁଲିଗଲି ଆମ ସାହିରେ ।। - - - ୧ 


ସୂଚନା ପାଇଲିନି କେଉଁ ଜଣଙ୍କ ଘରେ,

ହେଉନଥିଲା ଗୁଣ୍ଡ ଜିରା ଲଙ୍କା ଶୀଳରେ,

କିଏ କରିବ ଆଜିକାଲି ଚଳିଯାଏ ଦୋକାନ ଖରିଦା ପକେଟରେ,

ସମ ଦଶା ପାଇଲି ହଳଦୀ ବଟା ପ୍ରଥା ସଜବାଜ ଦିନରେ ।। - - - ୨


ଦାନ୍ତ କାଠି କାଟିବାକୁ ଆଉ ବୁଢ଼ୀ ମାଆ ଯାଇନି,

କୁହେ ବ୍ରସ ଯୁଗରେ ସେଗୁଡାକ ହଜିଗଲାଣି,

କଦଳୀ ପାଟୁଆ ଆଉ ସଜା ହୋଇନି,

ପୁରୁଣା କଥା ହିଲି ପିନ୍ଧିବା ଛାଡି ଭୂଆଶୁଣି ପାଟୁଙ୍ଗା ଜମା ପିନ୍ଧିବନି ।। - - - ୩


ପୋଡ଼ପିଠା ପାଇଁ କଦଳୀ ପତ୍ର ଅଙ୍ଗାର ଘଷି ଫେଡା ଲୋଡ଼ା ପଡୁନି,

ଓଭନ ପ୍ରେସର ନନଷ୍ଟିକରେ ସେ ପୋଡ଼ପିଠା ସ୍ୱାଦ ଆଉ ମୋତେ ମିଳୁନି,

ଗାଆଁ ଝିଅ ରଜରେ ସାହି ପଡିଶା ଜମା ବୁଲୁନି,

ହୁଆଟସାପ ଫେସଵୁକ ଟିକିଟକରେ ମନ ତା ବୁଡ଼ିଗଲାଣି ।। - - - ୪


ଲୁଡୁ ବାଗୁଡି କବାଡ଼ି ଖେଳ ହେବନି ସତରେ,

ଗାଆଁ ଟୋକା ବୁଡିଯାଇଛି ମୋବାଇଲ ଚାଟିଙ୍ଗରେ,

ଆମ୍ବ ତୋଟା ନାହିଁ ଦୋଳି ଝୁଲିବାକୁ ସାଙ୍ଗରେ,

ପ୍ଲାଷ୍ଟିକ ରଶି ଟାଙ୍ଗି ଗୀତା ଦେଈ ଝୁଲେ ବାଲକୁନିରେ ।। - - - ୫


ରଜ ପାଳନ ହୁଏ କାହିଁକି ଜାଣେନି ଝିଅଟିଏ,

ପଚାରିଲେ କୁହେ ରୁହ ଇଉଟୁବ ଗୁଗୁଲ ଖୋଜି କହୁଛି ପରେ ଟିକିଏ,

ତେଣେ ପାଦରେ ନାହିଁ ଅଳତା ଗାର ଟିଏ,

ତଥାପି ମୁଁ ରଜର କୁମାରୀ ଜିନୀ ଟପ ପିନ୍ଧି କୁହେ ଓଡ଼ିଆ ଝିଅଟିଏ ।। - - - ୬



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy