STORYMIRROR

ATASI RAY

Tragedy

2  

ATASI RAY

Tragedy

ତର୍ପଣ

ତର୍ପଣ

2 mins
13.9K


କିଛି ଭାଙ୍ଗିଯାଇଥିବା ଅଭିଳାଷା ଆଜି ପୁନର୍ଜୀବିତ ମୋ ସ୍ୱପ୍ନରେ,

ଠିକ୍ ତୁମେ ଭାଙ୍ଗିଦେଇଥିବା ଆଶା ସବୁ ପରି,

ନିଜ ଅସ୍ତିତ୍ଵ କୁ ଖୋଜିପାଇବାର ପ୍ରୟାସ ରେ ନିମଗ୍ନ ସେ..

ବାରମ୍ବାର ଭୂପତିତ ହୋଇ ବି ସେମାନେ ଆଜି ଅକ୍ଲାନ୍ତ,

ଠିକ୍ ମୋର ଏଇ ପଥର ହୃଦୟ ପରି,

କିଛି ଭିତ୍ତିହୀନ ଭାବନାକୁ ସ୍ମୃତିର ଚାବିକାଠି କରି ଧରିରଖିଛନ୍ତି,

ପୁଣି ଦିବାସ୍ବପ୍ନ,

ଉନ୍ମୁକ୍ତ କରିବେ ତୁମ ହୃଦୟରୁ ପ୍ରଣୟର ପରିଭାଷା..

ବତାସରେ ଉଡି ଯାଇଥିବା ଛପରକୁ ସଜାଡିବାର ପ୍ରୟାସ,

ହେଲେ ଭଙ୍ଗା କାନ୍ଥ କଥା ସେ ପାଶୋରି ଗଲା କେମିତି?

କଟାକ୍ଷରେ ସ୍ମିତହାସ୍ୟ ଦେଉଥିଲା ଉପୁଡ଼ି ପଡିଥିବା ବରଗଛଟି,

ଯେଉଁ ବତାସ ମାଟି ଆଉ ମୋ ଭିତରର ସହ ଶହ ବର୍ଷର ସମ୍ପର୍କକୁ ଭାଙ୍ଗିଦେଲା,

ତା ଠୁ କେମିତି ବା ବଞ୍ଚି ରହିବ ଏ କୁଡିଆଟି, ଭାବି ସେ ଅଟ୍ଟହାସ୍ୟ କରୁଥିଲା,

ବିଦ୍ରୁପ ଭରା ଦୃଷ୍ଟିରେ ପ୍ରତିକ୍ଷା କରିଥିଲା ସେ କାନ୍ଥର ଭୁଷୁଡିବା ମୁହୂର୍ତ୍ତକୁ,

ଆଉ ଚାହିଁରହିଥିଲା ପ୍ରମାଣ କରିବାକୁ ମାଟିର ବୈରାଗ୍ୟ ...

ଝଡ଼ର ଅପ୍ରତ୍ୟାଶିତ ପରିଣାମର ନିରବ ଦ୍ରଷ୍ଟା ସାଜିଥିଲି ମୁଁ,

ଭାବୁଥିଲି ମୁଁ ସେ ଅସହାୟ ବରଗଛ...

ନା ବୃଥା ଚେଷ୍ଟାରତ ସେ ନିଷ୍କପଟ ଘରର ମାଲିକ!!!

ଇତି ମଧ୍ୟରେ ମନରେ ବାଜିସରିଥିଲା ଯୁଧ୍ୟର ବିଗୁଲ

ମୋ ପ୍ରେମ ଆଉ ମୋ ଆତ୍ମସମ୍ମାନ ଭିତରେ..

ସବୁ ସାହସକୁ ଜାବୁଡି ଧରିଲି କୋହକୁ ସମ୍ଭାଳି,

ମୋ ଅତି ଆପଣାର ପ୍ରତାରିତ ହୃଦୟ କୁ ଯନ୍ତ୍ରଣାମୁକ୍ତ କରିବି,

ଆଉ ଲିଭେଇଦେବି ମୋ ମନରେ ଥିବା ସେ ପ୍ରତାରକର ପ୍ରତିବିମ୍ବ,

କେତେ କଷ୍ଟ ସତେ ଅବା ନିଜେ ଗଢ଼ିଥିବା ନଅରକୁ ନିଜ ହାତରେ ଭାଙ୍ଗିବା..

ଶେଷ ରେ ତର୍ପଣ ଦେଲି ସ୍ମୃତିର ପାଉଁଶ ଭିତରେ ପଡ଼ିରହିଥିବା ମିଛ ଆଶ୍ଵାସନା ଗୁଡିକୁ..

ହତବାକ ହୋଇ ଚାହିଁ ରହିଥିଲି ମୁଁ ଭସାଇ ଦେଇଥିବା ପାଉଁଶ ଗୁଡାକୁ,

ପାଉଁଶ ସହ ଭାସିଯାଉଥିଲା ମୋ ଦୀର୍ଘ ବର୍ଷର ବିଶ୍ୱାସ ଓ ଭରସା ସବୁ,

ବାସ୍ ମନରେ ଥିଲା ସେଇ ଗୋଟିଏ ପ୍ରଶ୍ନ....

ସେ ଶବ ପାଲଟିଥିବା ବିଶ୍ୱାସ କଣ ସତରେ ମୁକ୍ତି ପାଇଵ!!!

ନା ଅତୃପ୍ତ ହୋଇ ଘୁରିବୁଲିବ,

ତୁମ ପ୍ରତାରଣାକୁ ମୋ ମନର ଭ୍ରାନ୍ତ ଧରଣା ରୂପେ ପ୍ରମାଣିତ କରିବାକୁ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ATASI RAY

ତର୍ପଣ

ତର୍ପଣ

2 mins ପଢ଼ନ୍ତୁ

Similar oriya poem from Tragedy