Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ତ୍ରିରଙ୍ଗାର ଜୟ ଗାନ

ତ୍ରିରଙ୍ଗାର ଜୟ ଗାନ

1 min
210


ଅସହ୍ୟ ଯନ୍ତ୍ରଣା ସହି କେତେ ବଳିଦାନ ଦେଇ

କହୁଛନ୍ତି ଆଜି ପରା ଆମେ ସ୍ୱାଧୀନ

ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ପାଳନରେ ରଖି ମତି

ଆସ କରିବା ତ୍ରିରଙ୍ଗାର ଜୟ ଗାନ

ଏ ଅମୃତ ମହୋତ୍ସବରେ

ଦୀକ୍ଷିତ ହୋଇବା ଏକତାର ମନ୍ତ୍ରରେ ।


ସର୍ବେ ହୋଇ ଏକତ୍ରିତ ପାନ ସଦ୍ଭାବନାମୃତ

ଚଳିବାକୁ ସମଭାବେ ନେଇ ଶପଥ

ନାରଙ୍ଗୀ ଧଳା ସବୁଜ ଅଶୋକ ଚକ୍ରର ତେଜ

ହୃଦେ ହୃଦେ ଅନୁଭବି ଜୀବନ ରଥ

ଚଳାଇ ସାର୍ଥକ ମଣିଷ

ଗଣା ହୋଇ ଜୀବନରେ ଥିବା ହରଷ ।


ଧନ୍ୟ ପିଙ୍ଗାଲି ଭେଙ୍କୟା ଆଙ୍କି ତ୍ରିରଙ୍ଗାର କାୟା

ସ୍ୱର୍ଣ୍ଣିମ ସ୍ୱାକ୍ଷରେ ନାମ କଲେ ଲିଖିତ

ମନ୍ତ୍ରି ତିନୋଟି ରଙ୍ଗରେ ଜାତୀୟତା ଭାବନାରେ

ସକଳ ଭାରତୀୟଙ୍କୁ କଲେ ଉଦବୁଦ୍ଧ

ଚକ୍ର ଚିହ୍ନ ମଝିରେ ରଖି

ଦେଲେ ଗାଢ଼ ନୀଳ ରଙ୍ଗ ତା' ଦେହେ ମାଖି ।


ବୀରତ୍ୱ ତ୍ୟାଗର ଗାଥା ନାରଙ୍ଗୀ ଦିଅଇ ବାର୍ତ୍ତା

ସତ୍ୟ ଶାନ୍ତି ପବିତ୍ରତା ଧଳା ଦିଅଇ

ସମୃଦ୍ଧି ଶ୍ରମ ବିଶ୍ୱାସ ସବୁଜ କରେ ପ୍ରକାଶ

ନ୍ୟାୟ ଧର୍ମ ପ୍ରଗତିକୁ ଚକ୍ର ଶୁଣାଇ

ଜାଗରିତ କରି ହୃଦୟ

ସକଳ ମନରେ ନୂତନ ସୂର୍ଯ୍ୟୋଦୟ ।


ନାନା ମତେ ନାନା ଜାତି ଆମେ ବିସ୍ତରିବା ଖ୍ୟାତି

ଭାରତର ଅଖଣ୍ଡତା ରଖି ଅକ୍ଷୁଣ୍ଣ

ସସାଗରା ଧରଣୀରେ ଗରବ ଗଉରବରେ

ମଥା ଟେକି ରହିଥିବା ନହୋଇ ନ୍ୟୁନ

ଆମେ ପରା ମଣିଷ ଜାତି

ଜାତି ବିଭେଦତା ଆଣି କିଆଁ ଅଖ୍ୟାତି ?


ଦେଖ ସଭିଏଁ କିପରି ହେଉଛନ୍ତି କୋଳାକୋଳି

ଆକୁମାରୀ ହିମାଚଳ ହରଷ ବହି

ହର୍ ଘରେ ଉଡେ ତ୍ରିରଙ୍ଗା ସତେ କି ପବିତ୍ର ଗଙ୍ଗା

ବହି ହୃଦୟୁ ହୃଦୟ ଯାଉଛି ଛୁଇଁ

ଭିନ୍ନତା ମଧ୍ୟରେ ଏକତା

ତ୍ରିରଙ୍ଗା ତଳେ ନୁଆନ୍ତି ସଭିଏଁ ମଥା ।



Rate this content
Log in

Similar oriya poem from Inspirational