Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratap Kishore Rout

Inspirational

3  

Pratap Kishore Rout

Inspirational

ତ୍ରିରଙ୍ଗା ଦେଉଛି ନୂଆ ସନ୍ଦେଶ

ତ୍ରିରଙ୍ଗା ଦେଉଛି ନୂଆ ସନ୍ଦେଶ

1 min
191


ପୂଣ୍ୟ ଭୂମି ଏ ଭାରତ ମାଟିରେ

        ତ୍ରିରଙ୍ଗା ଉଡ଼ଇ ଫର ଫର

କୋଟି ସନ୍ତାନକୁ ଆହ୍ୱାନ କରୁଛି

       ଭୁଲି ଭେଦ ଭାବ ଆପଣାର

    ଜାଗ୍ରତ ହୁଅ ଦେଶ ପାଇଁ

ଦେଶ ଜନନୀର ସେବା କରିବାରେ

     ପଛ ଘୁଞ୍ଚା ଦେଉ କାହିଁପାଇଁ ।


କେତେ ବୀରଙ୍କର ଲୁହ ଲହୁ ଭରା

       ଏଇଯେ ତୋହର ମାତୃଭୂମି

ତା ସେବା କରିଣ ପ୍ରମାଣ କରିଦେ

       ଅଟୁ ତୁହି ଆରେ ପରାକ୍ରମୀ

   ଶତ୍ରୁ କୁ ଦେଇ ମହା ଶିକ୍ଷା

ବୀରତ୍ୱ ଝଲକ ଦେଖେଇ ଦେବୁ ତୁ

    କର୍ତ୍ତ୍ୟବ୍ୟ ତୋହର ପ୍ରତିରକ୍ଷା ।


ମାଟି ମାଆର ତୁ ଋଣ ଶୁଝିବାକୁ

      ପଛଘୁଞ୍ଚା କେବେ ଦେବୁ ନାହିଁ

ଆଗେଇ ଯାରେ ବୀର ଦର୍ପେ ତୁହି

       ମାଆର ବନ୍ଦନା ଗାଇ ଗାଇ

   ସାର୍ଥକ ହୋଇବ ଜନ୍ମ ତୋର

ତ୍ରିରଙ୍ଗା ତୋହର ପଛେ ପଛେ ଥାଇ

    କହୁଛି ସେକଥା କାନେ ତୋର ।


Rate this content
Log in

Similar oriya poem from Inspirational