STORYMIRROR

Panchanan Jena

Romance

3  

Panchanan Jena

Romance

ତୋ ପ୍ରେମର

ତୋ ପ୍ରେମର

1 min
12K

 ତୋ ପ୍ରେମର ପାର୍ବଣ

ତୋ ପ୍ରେମର ଦର୍ପଣ

ତୋ ପ୍ରେମର ତର୍ପଣ

ଭୁଲି ପାରୁନି. ସେ ସୁନେଲି ସ୍ମୃତି

ପ୍ରଜାପତି ରଂଗ ବୋଳା ଡ଼େଣାର ତାତି

ଯୌବନ ଯମୁନାରେ ଉଜାଣି ପିରତି

ରଙ୍ଗୀନ ମତୁଆଲା ନିଶାର କରାମତି

ମୋ ଅପାରଗ ପାଣିଆର ଆଶୁ କାରଣ ।୧।

ତୋ ପ୍ରେମର ପାର୍ବଣ

ତୋ ପ୍ରେମର ଦର୍ପଣ

ତୋ ପ୍ରେମର ଅର୍ପଣ

ଫେରି ଆସୁନି ସେ ରୂପେଲି ଅତୀତ

ପବିତ୍ର ପାପି ଖୋଜେ ପଦ୍ମଗନ୍ଧ

କଳା ଘୁମର ବେଣୀ ତଳେ

ଗଭା ଗଜରା କବରୀ କୋଳେ

ଓଠର ବାତ୍ସ୍ନା ହେଜେଇ ଚୁମ୍ବକୀୟ କ୍ଷେତ୍ର

କୋରକିତ ଛାତି ତଳେ

ମଳୟ ଜୋଛନା ମେଳେ

ଡେଇଁ ଚାଲିଗଲ ଲକ୍ଷ୍ମଣରେଖା ବାରଣ ।୨।

ତୋ ପ୍ରେମର ପାର୍ବଣ

ତୋ ପ୍ରେମର ଦର୍ପଣ

ତୋ.ପ୍ରେମର ଅର୍ପଣ

କିଣି ପାରୁନି ସେ ମଖମଲି ମନ

ଚଲାପଥ ସୁବାସିତ ମହକିତ ସପନ

ସମର୍ପଣର ପାଉଁଜୀ.ଋଣୁ ଝୁଣୁ

ଆଇଟମ୍ ଗୀତ ଶୁଣୁ ଶୁଣୁ

ଉତ୍ତପ୍ତ ନିଃଶ୍ୱାସ - ପ୍ରଶ୍ୱାସର ଗହଳି

ଶିରିଶିରି ଦକ୍ଷିଣା ପବନ ମେଳି

ବାସନ୍ତୀ ନିଶାର ନିସବ୍ଧ ଚହଳି

ଗହଳ ମାଣ୍ଡିଆ କ୍ଷେତର ନାଳି

ଅବର୍ଣ୍ଣନୀୟ ରୂପକାନ୍ତି ଆତୁର

ଦେହାତୀତ ପାହାନ୍ତା ପ୍ରହର

ମୋ ବର୍ତ୍ତମାନ ବରବାଦୀର କାରଣ ।୩।

ତୋ ପ୍ରେମର ପାର୍ବଣ

ତୋ ପ୍ରେମର ଦର୍ପଣ

ତୋ ପ୍ରେମର ଅର୍ପଣ

ଆଜି ଏ ନିଦାଘ ଅପରାହ୍ନେ

ଜଳୁଛି ମୁଁ ଅର୍ଦ୍ଧଦଗ୍ଧ ପିଞ୍ଜରା କୋଣରେ

ସାତ ଶହ ପଚାଶ ଶେଷ କରି

ପୁଣି ମୁଁ କାମନ୍ଧ ତୁଷାର୍ତ୍ତ ପାଷାଣ ।୪।

ତୋ ପ୍ରେମର ପାର୍ବଣ

ତେ ପ୍ରେମର ଦର୍ପଣ

ତୋ ପ୍ରେମର ତର୍ପଣ

 ତୋ ପ୍ରେମର ଅର୍ପଣ 

ଆଉ ଶେଷରେ ଜୁହାର ସମର୍ପଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance