STORYMIRROR

Panchanan Jena

Inspirational

3  

Panchanan Jena

Inspirational

ତନୁପାତଳୀ ଝିଅ

ତନୁପାତଳୀ ଝିଅ

1 min
155


ପାଖ ପଇଡ଼ା ଘରର ସେ ତନୁ ପାତଳୀ ଝିଅ

ଭାଇର ସାର୍ଟ ପିନ୍ଧି ଦେଖେଇ ହୁଏ ମୁଁ ପୁଅ

ନାଁ ଟା ମନେ ପଡୁନି ଝାପସା ଝାପସା

ମଡ଼ି ବୋଧେ ଡାକନ୍ତି ସାହି ପଡିସା ।


ସିଙ୍ଗାଣି ନାକି କାଳି କୁତୁରି 

କଇରା ବାଳୀ ନାକ କାନ୍ଦୁରୀ

ଅମରି ଡାଙ୍ଗି ଭାରୀ ଚତୁରୀ

ଭଲ ପାଉଥିଲା ପିଲାବେଳେ

ପୁଅ ସହିତ କବାଡି ଖେଳିବାକୁ

ଗଛ ଚଢିବାକୁ

ପୋଖରୀ ପହଁରିବାକୁ

ସାଇକେଲ ମଝିରେ ଫଡିଆ ଗଳେଇ

ପାଇଁ ପାଇଁ ଟିଂ ଟିଂ ଚଳେଇବାକୁ ।


ଆମ ଘରକୁ ଆସେ

ଅପା ପାଖରେ ବସେ

ଲୁଡୁ ଖେଳେ

ସ୍କୁଲ ଯାଏ ବେଳେ ବେଳେ ।


ତା' ଜେଜେମା କୁହନ୍ତି

ଝିଅ ଜନମ ତୋ ପର ଘରକୁ

ଦିନେ ନେଇଯିବ ଘଇତା ତାକୁ

ଶିଖିଯା ଘରକରଣା

ଜାଣିଯା ରୋଷେଇ ସଣ୍ଠଣା ।


ତା' ମା' କୁହାଟନ୍ତି 

ବେ ମଡି ଅଣ୍ଡିରା ଚଣ୍ଡି

ମନ ବୁଝୁନି ସାହି ଦରାଣ୍ଡି

ସକାଳୁ ସକାଳୁ ଗଦାଏ ବାସନ କୁସନ

କିଏ ଧୋଇବ

ଖାଇବାକୁ ପେଟ ନା ହାଣ୍ଡି

ଆଜି ଆସ ରେ ନାଣ୍ଡି ମୁଣ୍ଡି

ଚଣ୍ଡାଲୁଣି ଆଲୋ ହୁଣ୍ଡି 

ତୋର ବାହାର କରିବି

କଢ଼ା ପାନଗୁଣ୍ଡି ଖୁକୁଣ୍ଡି ।


ଆଜି ନନ୍ଦିଘୋଷ ଟିଭି ଦେଖିଛ

ଧରିତ୍ରୀ ଖବର କାଗଜ ପଢିଛ

ବିଧାନସଭା ଆଗରେ ଧାରଣରେ ବସିଛି

ହାତ ହଲେଇ କିଛି କହୁଛି 

ବାଟୁଳି ବାଜୁନି ବକ୍ ବକ୍

ତର୍ଜନୀ ଦେଖେଇ ଚିଲ୍ଲେଇ 

ମାଗୁଛି ନାରୀ ଜାତି ପାଇଁ ହକ୍

ନାରୀ ସ୍ଵାଧୀନତା

ଶଶକ୍ତିକରଣ ସମାନତା

ପୁରୁଷ କୈନ୍ଦ୍ରୀକ ସମାଜ ଶୃଙ୍ଖଳରୁ ଆଜାଦି

ବ୍ରିଟିଶ ଆଇନ କାନୁନରେ ଆରକ୍ଷଣ ଆଦି


ବିଶ୍ୱାସ କରି ପାରୁନି

ପାଖ ପାଇଡ଼ା ଘରର ମଡ଼ି ସେ

ତନୁ ପାତଳୀ କାଳି ଝିଅ କଳିହୁଡ଼ି ସେ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational