"ତମସୋ ମାଂ ଜ୍ୟୋତିର୍ଗମୟ".
"ତମସୋ ମାଂ ଜ୍ୟୋତିର୍ଗମୟ".
ଯେବେ ମହାବିପତ୍ତି କରାଘାତ କରେ,
ମଣିଷ ର ଗଢା ଅଭେଦ୍ୟ ସୁରକ୍ଷା ବଳୟ କୁ,
ଯେବେ ପ୍ରକୃତି ର ତାଣ୍ଡବ ଆଗେ,
ବିବଶ ହୁଏ ଅନଭିଜ୍ଞ ଅଥଚ ବିଜ୍ଞ ମଣିଷ..
ଜୀବନ ର ନିତାନ୍ତ ଲାଗୁଥିବା ସବୁତକ ଇଛା ଆକାଂକ୍ଷା
କେତେ ନିରର୍ଥକ କେତେ ଯେ ତୁଚ୍ଛ ,
ସେତେବେଳେ ହିଁ ହୃଦୟଙ୍ଗମ କରେ ମଣିଷ ,
ଯେବେ କାଳ ର କବଳେ ସେ ହୋଇ ଯାଏ ଦାସ...
ସ୍ବପ୍ନ ଭାଙ୍ଗିବା ଭଳି ଅଚାନକ ହୁଏ ମୋହଭଙ୍ଗ
ମୋହଭଙ୍ଗ ପରେ ହିଁ ହୁଏ ନିଜ ଚେତନା ର ଆବିଷ୍କାର
ସ୍ଵପ୍ଣଚାରୀ ମଣିଷ ନିଜ କୁ ଖୋଜେ ବାସ୍ତବ ର ଦୁନିଆ ରେ,
ବାସ୍ତବତା ଲାଗେ ମିଛ ପ୍ରହେଳିକା ...
ଆଜନ୍ମ ସର୍ତବଦ୍ଧତା ରେ ପ୍ରତିବଦ୍ଧ ମଣିଷ,
ବିଚରଣ କରେ ଗୋଟେ ମିଥ୍ୟା ପୃଥିବୀ ରେ ,
ଖୋଜିଚାଲେ ସତ କୁ ପାଣ୍ଡୁଲିପି ରେ ,
ଭୁଲିଯାଏ ସତ ପରା ଲେଖା ହେଲେ ମିଛ ପାଲଟି ଯାଏ ..
ଭିଡ ଭିତରେ ସେ ଖୋଜିବୁଲେ ନିଜ ର କେହି ,
ନିଜ ଛାଡ ସଭି ଙ୍କୁ ପଚାରେ ନିଜ ବିଷୟ ରେ ,
ହୁଦୟ ର ଅମୁହାଁ ଦେଉଳରେ ଅପୂଜା ରହି ଯାଏ ଅନ୍ତରାତ୍ମା ,
କୋଳାହଳ ଭିତରେ ନିଜ କାନ କୁ ଶୁଣାଯାଏନି ଆତ୍ମା ର ବିଳାପ ...
ପାଇବାର ଲୋଭ ,ହରେଇଦେବା ର ଭୟ ,
ଅପାରଗତା ର କ୍ଷୋଭ ର ଭ୍ରମ ରେ ଭ୍ରମିତ ମଣିଷ
ଏଇମିତି ଆଖିରେ ଅନ୍ଧପୁଟୁଳି ବାନ୍ଧି,
ଗାଉଥାଏ ମାଗୁଥାଏ ଶୂନ୍ୟ କୁ ଚେନାଏ ଆଲୋକ ,
"ତମସୋ ମାଂ ଜ୍ୟୋତିର୍ଗମୟ".....