Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Abstract Children

3  

SUKANTA KHANDA

Abstract Children

ତିନୋଟି ଶଦ୍ଦ

ତିନୋଟି ଶଦ୍ଦ

1 min
138



ସମୟ,ମୃତ୍ଯୁ ଓ ଗ୍ରାହକ

କାହାକୁ ଅପେକ୍ଷା କରେକି?

ବାପା,ମାଆ ଆଉ ଯୌବନ

ସବୁବେଳେ ପାଖେ ଥାଏକି ?


ଧନ,ଭୋଜନ ଓ ପତ୍ନୀକୁ

ପରଦା ଭିତରେ ଯୋଗ୍ଯକି

କୁସଙ୍ଗ,ସ୍ବାର୍ଥ ଓ ନିନ୍ଦାକୁ

ସର୍ବଦା ଦୂରେଇ ଥିବାକି ?


କାମ,କ୍ରୋଧ ଆଉ ମନକୁ

ଆୟତ୍ତରେ ରଖି ଥିବାକି

ପରିଶ୍ରମ,ବିଦ୍ଯା ଈଶ୍ବର

ମନ ଲଗାଇକି କରକି ?


ଋଣ,ଦାୟିତ୍ବ ଓ ରୋଗକୁ

ଭୁଲିବା ଉଚିତ ଥାଏକି

ବାଳକ,ଭିକାରୀ ପାଗଳ

ଦୟା ରଖିଥିବା ନୁହେଁକି ?


ବାପା,ମାଆ ଆଉ ଗୁରୁଙ୍କୁ

ସମ୍ମାନ ଟିକିଏ ଦେବାକି

ଯଦିରେ ଏ ସବୁ ଭୁଲିବା

ମଣିଷରେ ଗଣା ହେବାକି ?


ତିନୋଟି ଶଦ୍ଦକୁ ଏସବୁ

ଭଲକି ବୁଝିବା ନୁହେଁକି

ଯଦି ନୀଚ୍ଚତାକୁ ହାତେଇ

କର୍ମକୁ କରିବା ପାପକି ?


ପ୍ରଶ୍ନଟି ରହିଲା ମୋହର

ଉତ୍ତରଟା ଆଶା ଚାହେଁକି

ଅଧମର ତିନି ଶବ୍ଦକୁ

ହୀନ ଥିଲେ କ୍ଷମା ଚାହେକି?

       


Rate this content
Log in

Similar oriya poem from Abstract