STORYMIRROR

Panchanan Jena

Inspirational

3  

Panchanan Jena

Inspirational

ସୂତାଖିଅ

ସୂତାଖିଅ

1 min
161


ପ୍ରାପ୍ତି -ଅପ୍ରାପ୍ତିର ଆଶାକୁ ନେଇ

ଜିତିବା -ହାରିବାର ଚକ୍ରବ୍ୟୂହ ଛୁଇଁ

ସଫଳତା- ବିଫଳତାର ପଶାପାଲିରେ

ଦୁଇ ସିଥିଳ ପାଦର ଅପହଞ୍ଚ ପାହୁଣ୍ତରେ

କ'ଣ କହୁଛ ତମେ କୁହ

ମୋତେ ଲାଗୁଛି 

ଜୀବନର ସୂତାଖିଅ ।


ସ୍ନେହ-ଶ୍ରଦ୍ଧାର ମହକ ଖେଳେଇ

ମାତୃତ୍ଵ-ମମତାର ପାଠ ପଢ଼େଇ

ଦୟା- କରୁଣାର କୁଳୁକୁଳୁ ଚଖେଇ

ହସ-କାନ୍ଦର ମୂର୍ଚ୍ଛନା ବଜେଇ ଗାଇ

ଲୁହ-ଲହୁର ସନ୍ତକ ଗଢେଇ ନଟେଇ

କଣ କହୁଛ ତମେ କୁହ

ମୋତେ ଲାଗୁଛି

ଜୀବନର ପରିଚୟ ।


ଇଚ୍ଛା-ଅନିଚ୍ଛାର ସମାନ୍ତରାଳ ଧାରଣା ଡେଇଁ

ସ୍ମୃତି-ବିସ୍ମୃତିକୁ ପିଠି ପଛରେ ଗଣ୍ଠିଲି ଓହଳେଇ

ଆଦରେ-ଅନାଦରେ ଅମୃତର ବାର୍ତ୍ତା ନେଇ

ଯାତନା-ଯନ୍ତ୍ରଣାର ଓଁକାର ଝଙ୍କାର ଗାଇ ଗାଇ

ହର୍ଷ-ବିଷାଦର କ୍ଷଣଭଙ୍ଗୁରତାରେ ନାଚି ଥେଇ ଥେଇ

ଅଭିନୟ-ଅନ୍ୟାୟର ରଙ୍ଗମଞ୍ଚରେ ସଂଳାପ ଗରଜେଇ

କଣ କହୁଛ ତମେ କୁହ

ମୋତେ ଲାଗୁଛି

ଜୀବନର ଅନ୍ତରାୟ ।



Rate this content
Log in

Similar oriya poem from Inspirational