STORYMIRROR

Raja Sekhar CH V

Abstract

3  

Raja Sekhar CH V

Abstract

ସୁରମ୍ୟ ସରୋଜ

ସୁରମ୍ୟ ସରୋଜ

1 min
249

ସୁରମ୍ୟ ସରୋଜ ସହ ସୁଶୋଭିତ ଯେ ସଜଳ ସୁଜଳ ସଚିତ୍ର ସରୋବର,

ମନୋହର ମୋତି ପରି ଜଳବିନ୍ଦୁ ଉପରେ ରଖି ପଦ୍ମପତ୍ର ହୁଏ ମାନ୍ୟବର,

ଚ଼ିରହରିତ ଚିଦାନନ୍ଦ ନନ୍ଦନକାନନ ହେଲେ ମାଁ ବସୁନ୍ଧରାଙ୍କର ବିଶିଷ୍ଟ ବର,

ଆହ୍ଲାଦକର ପରିବେଶ ଦ୍ୱାରା ନୟନାନନ୍ଦ ପାଆନ୍ତି ସମସ୍ତ ମୁନିବର ଯାଯାବର


ନୟନପ୍ରୀତିକର ଯେ ଲାଗୁଛନ୍ତି ପ୍ରଫୁଲ୍ଲିତ ପ୍ରସ୍ଫୁଟିତ ପଙ୍କଜ,

ସରୋବରକୁ ସୁନ୍ଦର କରୁଛନ୍ତି ତୁଷାରବର୍ଣ୍ଣ ସୌମ୍ୟ ସରୋଜ,

ସବୁଜ ପତ୍ର ଜଳ ମଧ୍ୟେ ଆକର୍ଷକ ଲାଗୁଛନ୍ତି ଭାସୁଥିବା ଜଳଜ,

ଦେବାଦେବୀଙ୍କର ଅର୍ଚ୍ଚନା ଅଳଙ୍କାର ପାଇଁ ଆତୁର ଅଛନ୍ତି ଅବ୍‌ଜ


କମଳରୁ କମନୀୟ ଲାଗେ ଭୁବନେଶ୍ୱରର ବିନ୍ଦୁସାଗର,

ଯାହା ବିନା ନିରର୍ଥକ ଲାଗେ ଏହି ମହାନଗର ପରିସର,

ସମସ୍ତ ଗ୍ରାମ୍ୟ ଅଞ୍ଚଳ ପାଇଁ ଯାହା ଅତି ଉତ୍ତମ ଉପହାର,

ନିତ୍ୟ ପରିମଳ ରୁହନ୍ତୁ ଯେମିତି ମନୋରମ ମାନସରୋବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract