Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Inspirational

3  

Pranati Mahapatra

Inspirational

ସୁପର ପାଓ୍ୱାର

ସୁପର ପାଓ୍ୱାର

1 min
168


ଶକ୍ତିଶାଳୀ ଆଉ ବଳଶାଳୀ ପାଇଁ

 କିଏ ବା ଇଚ୍ଛା ନ କରେ  

ହେଲେ ତ ସଭିଏଁ ନ ହୋଇ ପାରନ୍ତି

 ଇଚ୍ଛାଟି ଇଚ୍ଛାରେ ମରେ ।।


ଖାଦ୍ୟ ଖାଇ ସିନା ବଳଶାଳୀ ହେବା

 ଶକ୍ତିଶାଳୀ ହେବା ପାଇଁ 

ମନର ଦୃଢ଼ତା ମନର ସାହସ

 ଅପାର ଶକ୍ତି ଦିଅଇ ।।


ପ୍ରାରବ୍ଧ କର୍ମରୁ ମହାନ ହୁଅନ୍ତି

 ଅବଶ୍ୟ କେତେକ ଜନ 

ଗୁଣୀ ଜ୍ଞାନୀ ମାନୀ ନାନା ସଦଗୁଣ

 ପ୍ରାପ୍ତ କେତେ ସନମାନ ।।


ସତ୍ୟଧର୍ମ ପଥେ ଥିବ ଯେଉଁ ଜନ

ମିଳେ ଈଶ୍ୱର ଆଶୀଷ 

ଉତ୍ତମ ଆଚାର ବ୍ୟବହାର ବଳେ

ସଭିଙ୍କ ଆଶୀଷ ପୁଣ ।।


ସଭିଙ୍କର ଆଶୀଷ ସ୍ନେହ ବଳରେ

ଶକ୍ତିଶାଳୀ ଯେ ମଣିଷ 

ସୁପର ପାଓ୍ବାର ବଳେ ସଭିଙ୍କର

ମୁଖେ ସେ ଫୁଟାଏ ହସ ।।



Rate this content
Log in

Similar oriya poem from Inspirational