Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABADHOOT PANDA

Abstract Classics

3  

ABADHOOT PANDA

Abstract Classics

ସତ୍ୟର ଅସ୍ତିତ୍ୱ

ସତ୍ୟର ଅସ୍ତିତ୍ୱ

1 min
385


କ୍ରମ ବିକଶିତ ସତ୍ୟତା ପରାର୍ଦ୍ଧ ପରାର୍ଦ୍ଧ ବର୍ଷ

ଧରି ପ୍ରକାଶିତ କରିଛି ଏକ ମାନବୀୟ ସତ୍ତା,

ସେହି ସତ୍ୟତା ବିଦ୍ୟମାନ ଆଜି ଧରା ବୁକେ

ନୈତିକ ଗୁଣାବଳୀବାଦ ଯୁକ୍ତ ପବିତ୍ର ମାନବୀୟ

ଧର୍ମର ପୃଷ୍ଠପୋଷକ ଓ ସତ୍ତା ବାଦର ପ୍ରତିଷ୍ଠାତା

ରୂପେ ଅବିସ୍ମରଣୀୟ କାଳରୁ l 


ଆମେ କଣ ଦରକାର କରୁ ଆଉ ବେଶୀ ସତ୍ତାର

ପ୍ରମାଣ ଓ ସତ୍ୟତାର ଅନୁସନ୍ଧାନ ଯାହାକି ଏକ

ଉତ୍କୃଷ୍ଟତର ବିଷୟଵସ୍ତୁ ଓ ଉତ୍କୃଷ୍ଟତମ ଉଦ୍ଦେଶ୍ୟ,

ସେହି ଅସ୍ତିତ୍ୱମୂଳକ ସତ୍ୟତାକୁ ଜାଣି ସବିଶେଷେ

ସର୍ବୋତ୍କୃଷ୍ଟ ରୂପେ ତାକୁ ଅଧ୍ୟୟନ କରିବା ଜଣେ

ମାନବ ପକ୍ଷେ ଅପେକ୍ଷାକୃତ ଗୁରୁତ୍ୱପୂର୍ଣ ବିବେଚ୍ୟ l


ବୃହତ୍ତମ ଲାଭ ମିଳିବ ଏକ ସତ୍ୟତାପୂର୍ଣ୍ଣ ଖନନ

ମାଧ୍ୟମେ ଉନ୍ମୋଚନାର୍ଥେ ସବୁଗୁଡ଼ା ତଥ୍ୟ ଓ

ମାନବୀୟ କର୍ମରାଜିର ବାସ୍ତବ ମୂଲ୍ୟାଙ୍କନ,

ଚାଲ ଆମେ କରିବା ପରୀକ୍ଷଣ କାୟ ମନ

ବାକ୍ୟେ ମାନବକୁ ସତତ ଗୋଟିଏ ଗାଏନା

ଶୁକର ସଦୃଶ ଜାଗତିକ ଗବେଷଣାଗାରେ

କାୟ ମନ ବାକ୍ୟେ ନିୟୋଜିତ କରି ମନମୁନ l


ଲଭିଛୁ ଆମେ ଏକ ଗବେଷଣାଗାର ରୂପୀ

କଳେବର କରି ଅନୁସନ୍ଧାନ ସତ୍ୟତାକୁ ନିରନ୍ତର

ପରିଶେଷେ ଲଭିବାକୁ ସର୍ବାଧିକ ଆତ୍ମ ସନ୍ତୋଷ,

ଯେତେବେଳେ ଆମେ ଆମ ନିଜ ନିଜର

ମାନବୀୟ ଅସତ ଓ ସଦଗୁଣ ସମୂହର ସାକ୍ଷୀ

ରୂପେ ଧରାପୃଷ୍ଠେ ଦଣ୍ଡାୟମାନ ସାଜି ନିରଙ୍କୁଶ l


ଜନ୍ମ ଲଭିନି ଧରା ବୁକେ କେବେ ମନୁଷ୍ୟ ମାତୃ

ଗର୍ଭୁ ନେଇ ସିଂଘ ତାର ଶିରେ ଅବା ରୋପି

ସ୍ୱଶରୀରେ ଏକ କଣ୍ଟକପୂର୍ଣ୍ଣ ଅରଣ୍ୟ କରିବାକୁ

ସୃଷ୍ଟି ବିଶ୍ୱେ ତାଣ୍ଡବ ଲୀଳା ହିଂସା ଓ

ଅଵିଵେକୀତାର, ବରଂ ଲଭିଛି ଜନମ ସେ ଯେ

ପ୍ରକୃତରେ ଏକ ଅହିଂସା ଧର୍ମୀ ମାନବୀୟ

ଦେବଦୂତ ତଥା ଏକ ସରଳତା ପୂର୍ଣ୍ଣ ଜଷ୍ଟିଗୁଚ୍ଛସମ

ଡିଣ୍ଡିମ ପିଟିବାକୁ ଦେବୋପମ ମାନବିକତାର l


ଅନୁମତି ଦିଅ ସତ୍ୟକୁ ଝଲସି ଉଠିବାକୁ ଉଜ୍ବଳତା

ତଥା ଶୋଭାପୂର୍ଣ୍ଣ ଭାବେ ସହଜାତ ମାନବୀୟ

ଦିବ୍ୟତା ସଦୃଶ ପ୍ରେମମୟ ମାନବୀୟ ମର୍ଯ୍ୟାଦାକୁ

କରି ପ୍ରଦର୍ଶନ ଭୁମଣ୍ଡଳେ ଦେଇ ଅନୁମତି ଆମ୍ଭକୁ

ଗଢ଼ିବାକୁ ସର୍ବୋତ୍କୃଷ୍ଠ କରି ଆମ ମାନବ ଜାତିକୁ l


ଜାଣିବାକୁ ମାନବୀୟ ସତ୍ତା ତାନ୍ତ୍ରିକତା ମାନବୀୟ

ଜୀବର ନିଶ୍ଚୟ ଆମେ କରିବା ଅଧ୍ୟୟନ ଏବଂ

ଅଭିଜ୍ଞତା ଲାଭ ମାନବୀୟ ସୁଲଳିତ କବିତା

ପଂକ୍ତିର କଵିତ୍ୱାତ୍ମକ ଜଟିଳତାକୁ ଆଉ ଜାଣିବା

ମନପ୍ରାଣ ଦେଇ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ପ୍ରତିଭାକୁ ।


Rate this content
Log in

Similar oriya poem from Abstract