STORYMIRROR

Shubhra Suchitra Mahanta

Comedy Others

3  

Shubhra Suchitra Mahanta

Comedy Others

ସ୍ତ୍ରୀ

ସ୍ତ୍ରୀ

1 min
182

ପଇସା ଆଣି ହାତରେ ଦେଲେ

ସ୍ତ୍ରୀ ମୋର ହୁଏ ଅତ୍ୟନ୍ତ ଖୁସି 

କାମ ଟିକେ କଲେ ଓଃ କି ରାଗ

ଇଚ୍ଛା ତାର ଖାଲି ଖାଇବ ବସି


ଯୁଗକୁ ଆଇଲା କରୋନା ଭୂତାଣୁ

ସ୍କୁଲ ହେଲା ଛୁଟି ସେହି କାରଣୁ

ସରକାର କରିଦେଲେ ତାଲା ବନ୍ଦ 

ସ୍ତ୍ରୀ ପକାଇଲା ମୋ ପାଇଁ ଫାନ୍ଦ 


ସକାଳେ ସନ୍ଧ୍ୟାରେ ଝାଡୁ ଧରାଏ

ବାସନ ଧୁଅ କହି ଦେଇ ପଳାଏ 

ଲୁଗା ପଟା ଆଣି କଚାଡି ଦିଅଇ 

ଖଟେ ବସି ଖାଲି ଭାଷଣ ମାରଇ


ଶାଶୁ ଫୋନ୍ କଲେ କୁହେ ଖଟୁଛି

ସତେ ଯେମିତି ମୁଁ ଶୋଇ ରହୁଛି

ତା ପାଇଁ ରାନ୍ଧେ ଚିକେନ୍ ବିରିୟାନୀ

ଝାମ୍ପି ଖାଇ ଯାଏ ସବୁ ବିଲେଇମୁହିଁ


ମନେ ମନେ ସାଜିଛି ପାଟରାଣୀ

କଜଳ ଲଗାଇ ଦିଶେ ବାୟାଣୀ

ତା ନାମେ ଯଦି କହିଦେଲି କିଛି

ଦୌଡ଼ି ଆସେ ସେ ଏତେ କଳିହାଣି 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy