Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kailash panigrahi

Abstract

4  

kailash panigrahi

Abstract

ସପ୍ତାହ

ସପ୍ତାହ

1 min
222



ମଙ୍ଗଳ ଶେଷରେ ଆସଇ ବୁଧ

ପଣ୍ଡିତ ବାସର କହେ ବିବୁଧ।୧।

ବିବିଧ ବିବିଧ ସୁମନ ଫୁଟେ

ବିବୁଧ ବିବିଧ ମନ୍ଦିର ଭେଟେ।୨।

ମାଳ ମାଳ ଗୁନ୍ଥି ପୁଷ୍ପ କମଳ

ମନ୍ଦିରରେ ଭକ୍ତ ଚଳ ଚଞ୍ଚଳ।୩।

ନୀଡ଼ ଛାଡ଼ି ପକ୍ଷୀ ଯାଆନ୍ତି ଉଡ଼ି

ଫଳ ଫୁଲ ପତ୍ର ଖାଆନ୍ତି ଭିଡ଼ି।୪।

କଲରବ ଶୁଭେ ଫଳ ବୃକ୍ଷରେ

ପକ୍ଷୀ ଉଡ଼ିବୁଲେ ଖାଦ୍ୟ ଲକ୍ଷ୍ୟରେ।୫।

କନ୍ୟାଏ ପାଳନ୍ତି ବୁଧେଇ ଓଷା

ସିଦ୍ଧି ହୁଏ ସବୁ ମନର ଆଶା।୬।

ବିବିଧ ବିବିଧ ବିଧି ବିଧାନ

ବିବୁଧ ବୁଧରେ କରେ ଲିଖନ।୭।

ବୁଧ ସୁଧ ସାରି ନ ଯା'ନ୍ତି ଘର

ପୁରାତନ କଥା ଲୋକେ ପ୍ରସାର।୮।

ବୁଧ ପାହାନ୍ତିରେ ଯୁଆଡ଼େ ଯାଅ

ବିପଦ ଆସେନି ଯେଉଁଠି ଥାଅ।୯।

ବୁଧ ମହାଗ୍ରହ ନାମିତ ବାର

ବୁଧବାର ନାମେ ପ୍ରସିଦ୍ଧି ଯା'ର।୧୧।

ବୁଧବାର ଗିଧ ବସିଲେ ଚାଳେ

ଦୁଃଖ ମିଳେ କହିଥାନ୍ତି ସକଳେ।୧୨l

ସୁବିଧା ସୁଯୋଗ ବିବିଧ ଥିଲେ

ବୁଧବାର ଯାତ୍ରା ସୁଫଳ ମିଳେ।୧୩

ବୁଧବାର ସବୁ ଦପ୍ତର ଖୋଲେ

ସରକାରୀ କାମ ସବୁଠି ଚାଲେ।୧୪

ରାତିରେ ଦିନରେ ପଢୁଆ ପିଲା

ପାଠ ପଢ଼ିଥା'ନ୍ତି ନ କରି ଢିଲା।୧୫

ଋତୁ ଅନୁସାରେ କରନ୍ତି କାମ

ଭାଗ୍ୟରେ ଜିତିବା ହାରିବା ଆମ।୧୬।

ବରଷା ସକାଳ କୃଷି କର୍ମରେ

କୃଷିକୁଳେ ଖୁସି ଦିଏ ମର୍ମରେ।୧୭।

ଶୀତୁଆ ସକାଳ ଧାନ କଟାରେ

ଲୋକେ ଲାଗିଥାନ୍ତି ହଟାପଟାରେ।୧୮।

ଧାନ କଟା ଶେଷେ ପରିବା ଚାଷ

କୃଷି ପଗିବାରେ ଭରେ ହରଷ।୧୯।

ଖରା ସକାଳରେ କରନ୍ତି ହଳ

କାଠରେ ଯୁଆଳି କାଠ ଲଙ୍ଗଳ।୨୦।

ବୁଦ୍ଧି ଦେଇ ବୁଧ ଯାଏ ସଅଳ

ବୁଦ୍ଧିମାନ ଲୋକ ହୁଏ ସଫଳ।୨୧।

ବୁଧବାର କଥା ଲେଖି ଗୀତରେ

ରଖିଲି କଲମ ଶୀତ ରାତିରେ।୨୨।

      


Rate this content
Log in

More oriya poem from kailash panigrahi

Similar oriya poem from Abstract