STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ସନ୍ଧି

ସନ୍ଧି

1 min
149


ସନ୍ଧି ହେଇଗଲା ସଂସାର ସିନ୍ଦୁକେ

ଟିକିଏ ସିନ୍ଦୁର ପାଇଁ

ସିନ୍ଦୁରେ ସୁନ୍ଦରୀ ହେଇ ଏ ସଂସାରେ

ନାରୀ ଜୁଆରିଆ ତା ସଂସାର ପାଇଁ

ସନ୍ଧି ପୁଣି ଚୁକ୍ତି ପୁଣି ରାଜିନାମା

ଇସ୍ତାହାର ଜମା ନାହିଁ

ସ୍ୱାର୍ଥ ଓ ସର୍ତ୍ତ ଉର୍ଦ୍ଧରେ ନାରୀକୁ ସିନ୍ଦୁର ଦେଇ

ପରଖିନିଅ ତା ଆପଣାପଣରେ ସଦା ଜୁଆର

ଭଟ୍ଟା କେବେ ପଡ଼ିନାହିଁ

କର୍ତ୍ତବ୍ୟ ଦ୍ୱାହିରେ ମାଣିକ ପରାଏ

ଦହି ହାଣ୍ଡି ରଖି ନେଇ

ଜଞ୍ଜାଳ ପସରା ଆଶା ନିରାଶାରେ

ଦହି କେ ପିଉଛି କାହିଁ

ତଥାପି ମରିନି ମରୀଚିକା ସାଜି

ଖୋଜେ ଵିନ୍ଦୁଏ ଜଳରେ ତିଳକ ତର୍ପଣ ପାଇଁ

ଜଗା କିବା ବଳିଆ ଅବା ମଣିମା

ଦହି କେ ନେବ ଭକ୍ତି ପସରା ଏହି

ଟୋପାଏ ସିନ୍ଦୁର ସାଙ୍ଗକୁ ସ୍ନେହ ବୋଳା ପଦେ

ଦେଲା ଯେବେ କିଏ କହି

ସେହି ତା ମଣିମା ଜଗା ଓ ବଳିଆ

ସଂସାରେ ସଂସାରୀ ହୋଇବି

ନଈ ଟିଏ ପରି ନାରୀ ଟିଏ ଯାଏ ବହି

ସନ୍ଧିର ଡ଼ଙ୍ଗାରେ ଦଦରା ଆହୁଲା

ଭକ୍ତିର ପସରା ଥୋଇ ଦେଇ

ପେଟପୁରିଯାଏ ଥରେ କେ କହିଲେ

ତୋ ପରି କିଏ କାହିଁ

ସେଇ ତା ନିର୍ମାଲ୍ୟ ସେଇ ତା କୈବଲ୍ୟ

ଷାଠିଏ ପଉଟି ତା ପାଇଁ

ସ୍ୱର୍ଗ ଦ୍ୱାରେ ଚିତା ଜଳିଯାଏ ଯେବେ

ଆଶା ଅନେଶତ ଖଇ କଉଡ଼ି ବିଞ୍ଚନ୍ତା କେହି ତା ପାଇଁ

ଏ ଜନ୍ମ ସୁଧ ମୂଳ ସବୁ ଚୁକ୍ତି କରି ରଖେ

ଆରଜନ୍ମକୁ ଭେଟିବା ପାଇଁ

ଦୁଇ ନିଆଁରେ ତା କଉଡ଼ି ଖେଳ

ଏକା ଏ କାଇଁଚମାଳିଆ ପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract