Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ସନ୍ଧାନ

ସନ୍ଧାନ

1 min
261



ସତ୍ୟର ସନ୍ଧାନ ପଥେ ଯାତ୍ରୀ ହେଇ

    ଏ ମାନବ କଷ୍ଟ ପାଏ 

ଅନ୍ୟାୟ ଅଧର୍ମ ଅସତ୍ୟରେ ଧର୍ମ

    ସତ୍ୟ ବଳି ପଡି ଯାଏ ।


ଧନର ସନ୍ଧାନେ କିଏ ଚାଲି ଥାଏ

     ପ୍ରେମର ସନ୍ଧାନେ କିଏ 

ବିଦ୍ୟା ଶିକ୍ଷା ପାଇଁ ଗୁରୁଙ୍କ ସନ୍ଧାନେ

    କିଏ ଅଗ୍ରସର ହୁଏ ।


ଜୀବନ ସହିତ ସନ୍ଧାନ ଜଡିତ

     ସନ୍ଧାନରେ ମାର୍ଗ ମିଳେ

ସେଇ ମାର୍ଗ ଯଦି ସତ୍ୟ ହେଇଥାଏ

     ସଂସାର ଭଲରେ ଚଳେ ।


ଗ୍ରହରାଜ ଶନି ଶିକ୍ଷା ଲାଭ ପାଇଁ 

      ଗୁରୁ ସନ୍ଧାନ କରିଲେ

ଦେବ ଗୁରୁ ବୃହସ୍ପତି ମର୍ତ୍ତ୍ୟେ ଛନ୍ତି 

     ସୂର୍ଯ୍ୟ ଦେବ କହି ଦେଲେ ।


ପିତାଙ୍କ ମୁଖରୁ ଶୁଣି ଶନିଶ୍ଚର 

     ଗୁରୁ ସନ୍ଧାନେ ଚଳିଲେ

ବ୍ରାହ୍ମଣ ବେଶକୁ ଧରି ଶନି ଦେବ

     ଶିକ୍ଷା ଗ୍ରହଣ କରିଲେ ।


ଶିକ୍ଷା ଲାଭ ପରେ ଦକ୍ଷିଣା ଯାଚିଲେ

     ପରିଚୟ ସେ ମାଗିଲେ

ନିଜ ରୂପ ଧରି ଗ୍ରହରାଜ ଶନି

     ସୂର୍ଯ୍ୟ ପୁତ୍ର କହି ଦେଲେ ।


ଦକ୍ଷିଣା ସ୍ୱରୂପ ଶନିଙ୍କ ଦୃଷ୍ଟିରୁ

     ସିଏ ମୁକ୍ତ କରି ନେଲେ 

ନିଜ ଅଧିକାର ସନ୍ଧାନରେ ଶନି

   ଗ୍ରହ ଶ୍ରେଷ୍ଠ ବୋଲାଇଲେ ।


ଅସ୍ତ୍ର ବିଦ୍ୟା ଶିକ୍ଷା ସନ୍ଧାନରେ କର୍ଣ୍ଣ 

     ବ୍ରାହ୍ମଣ ବେଶକୁ ଧରି

ପର୍ଶୁରାମଙ୍କଠୁ ବିଦ୍ୟା ଶିକ୍ଷା କଲେ

      ହେବେ ଶ୍ରେଷ୍ଠ ଧନୁର୍ଦ୍ଧାରୀ ।


ପର୍ଶୁରାମଙ୍କଠୁ ଅଭିଶାପ ପାଇ

      ଶେଷେ ହାରି ଯାଇ ଥିଲେ

କୁନ୍ତୀଙ୍କୁ ଯେ କଥା ଦେଲା ବେଳେ କର୍ଣ୍ଣ 

     ମାତା ସନ୍ଧାନ ପାଇଲେ ।


ଯୁଦ୍ଧ ବିଦ୍ୟା ପାଇଁ ଏକଲବ୍ୟ ଗୁରୁ 

     ଦ୍ରୋଣ ସନ୍ଧାନେ ଚଳିଲେ 

ଉପହାସ କରି ଦୁର୍ଯ୍ୟୋଧନ ତାକୁ

     ଅପମାନେ ତଡି ଦେଲେ ।


ଶିକ୍ଷାର ସନ୍ଧାନ କରି ଏକଲବ୍ୟ 

    ଦ୍ରୌଣ ପ୍ରତିମୂର୍ତ୍ତି କରି

ଯୁଦ୍ଧ ବିଦ୍ୟା ଶିକ୍ଷା କଲେ ସିଏ ଗୁରୁ

    ଶବ୍ଦର ସନ୍ଧାନ ବାରି ।


ପଞ୍ଚୁ ପାଣ୍ଡବଙ୍କୁ ଧରିବା ସନ୍ଧାନେ

    କୌରବ ଯୋଜନା କଲେ

ଦ୍ରୌପଦୀ ପାଇବା ପାଇଁ ପାର୍ଥବୀର

     ଶର ସନ୍ଧାନ କରିଲେ ।


ସନ୍ଦେହ ମୋଚନ ହେଇ ଥିଲା ତାଙ୍କ 

     ଧରା ପଡିଲେ ପାଣ୍ଡବ

ଯୁଦ୍ଧରେ କୌରବ ବଂଶ ଧ୍ୱଂସ ସତ୍ୟ 

    ସନ୍ଧାନ ହେଲା ଉଦ୍ଭବ ।


ଚୋର ଆଖି ଥାଏ ଚୋରିର ସନ୍ଧାନେ

     ଜ୍ଞାନିର ସନ୍ଧାନ ଜ୍ଞାନ

ପୋଲିସ୍ ସନ୍ଧାନ କରେ ଅପରାଧୀ

     ଖୋଲି ତା ଦୁଇ ନୟନ ।


ବିବେକୀ ସଂସ୍କାରି କୁଳବଧୂ ପାଇଁ 

    ସନ୍ଧାନେ ସବୁ ଲାଗନ୍ତି 

ଗୂଣୀ ଶିଷ୍ୟ ଟିଏ ପାଇବାର ପାଇଁ 

     ଗୁରୁ ସନ୍ଧାନ କରନ୍ତି ।


ଜନ୍ମ ଆରମ୍ଭ ରୁ ମୃତ୍ୟୁର ପର୍ଯ୍ୟନ୍ତ 

    ସନ୍ଧାନ ଯେ ରହିଥାଏ 

ସେଇ ସନ୍ଧାନଟା ଏମିତି ଗୋଟିଏ 

    ନା ଶେଷ ହେଇଥାଏ ।


Rate this content
Log in

Similar oriya poem from Abstract